ଭୁବନେଶ୍ୱର: ବଢୁଛି ତାତି କେବେ ମିଳିବ ତ୍ରାହି …ମଣିଷଠୁ ପଶୁ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଚିନ୍ତା ..କେବେ ମିଳିବ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଆଉ ୪ ଦିନ କଲବଲ କରିପାରେ ତାତି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ଖରା ସାଙ୍ଗକୁ ଗୁଳୁଗୁଳି ଅଣାୟତ୍ତ କରିବ। ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତା’ ଠାରୁ ଅଧିକ ରହିବ।ଯଦିଓ କାଳବୈଶାଖୀ ବର୍ଷା ଅପରାହ୍ନରେ କିଛି ସ୍ଥାନରେ ହେବ ହେଲେ ଅଧିକ ବର୍ଷା ହେବ ନାହିଁ। ଫଳରେ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।
ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ହ୍ରାସ ପାଇବ।
Maximum Temperature recorded over different stations of Odisha. pic.twitter.com/FqVeiw8FMu
— Meteorological Centre, Bhubaneswar (@mcbbsr) April 17, 2023