ସାମାନ୍ୟ ଆଶ୍ୱସ୍ତି । ରାଜଧାନୀବାସୀଙ୍କୁ ତାତିରୁ ମିଳିଲା ଆଶ୍ୱସ୍ତି । ଟୁଇନ ସିଟିରେ କାଳବୈଶାଖୀର ପ୍ରଭାବ। ପ୍ରବଳ ଘଡ଼ଘଡ଼ି ସହ ଆରମ୍ଭ ହୋଇଛି ପବନ ଓ ବର୍ଷା । ଅପରାହ୍ନ ଗୋଟାଏରୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ଲାଗିରହିଛି । ଏପରିକି ପ୍ରବଳ ଘଡ଼ଘଡ଼ି ବି ହେଉଛି । ଫଳରେ ଗତ କିଛି ଦିନ ଧରି ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ଉଭୟ କଟକ ଏବଂ ଭୁବନେଶ୍ୱର ଙ୍କୁ ଆଶ୍ୱସ୍ତି ମିଳିଛି । କେବଳ କଟକ, ଭୁବନେଶ୍ୱର ନୁହଁ, ଖୋର୍ଦ୍ଧା ଢେଙ୍କାନାଳ ରେ ମଧ୍ୟ କାଳବୈଶାଖର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ଏସବୁ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗ ରହିବାର ସମ୍ଭାବନା ରହିଛି ।