ବହୂ ଚର୍ଚ୍ଚିତ ବ୍ୟାସନଗର ପୌରପରିଷଦ ର ଅଧ୍ୟକ୍ଷତା ଓ ଉପନଗର ପାଳ ପl ରିଷଦ ମଧ୍ୟ୍ୟ ରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ତାହା ବିସ୍ପୋରଣ ହେବା କୁ ଯାଉଛି l ଅଧିକାଂଶ ପାରିଷଦ ଉପାନଗର ପାଳ ନେତୃତ୍ଵ ରେ ଏକ ଗୁପ୍ତ ସ୍ଥାନ ରେ ଅଧ୍ୟକ୍ଷତା ବିରୋଧ ରେ ମେଲି ବାନ୍ଧି ଛନ୍ତି ଅଧ୍ୟକ୍ଷତା କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରି ଥିବାର ଏକ ବିଶ୍ଵ ସୂତ୍ର ରୁ ଜଣା ଜାଇଛି l ଏହି ଜାନୁଆରୀ ମାସ ରେ ସଂଖ୍ୟାଧିକ କାଉନସିଲର ମାନଙ୍କର ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳଙ୍କ ନେତୃତ୍ୱରେ ୨0 ଜଣ ବିଜେଡି ଓ କଂଗ୍ରେସ କାଉନସିଲର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଏହି ବୈଠକରେ ପୌରାଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସହରର ବିକାଶ ଠପ ହୋଇଯାଇଚି l ପୌରପରିଷଦ ର ବିଭିନ୍ନ ଯୋଜନା ଅସି ଥିବା ଅନୁଦାନ ଟଙ୍କl ଖର୍ଚ୍ଚ ନହୋଇ ପଡିରହିଥିବା ଯୋଗୁ ସହର ରେ ବିକାସ ବିଶେଷ ହୋଇ ପାରୁ ନାହିଁ l ଯାହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ଉପାଧ୍ୟକ୍ଷ ବଳ ଏବଂ କାଉନସିଲରଙ୍କ ମଧ୍ୟରେ ବିବାଦ ଘନାଉଥିଲା | ଯାହା ବର୍ତମାନ ବିସ୍ପୋରକ ପରିସ୍ଥିତି ଆଡକୁ ଗତିକରୁଛି | ପୌର ପାରିଷଦ ଗଠନ ହେବାର ତିନି ବର୍ଷ ହୋଇଥିଲେ ମଧ୍ୟ ସହରର ସେଭଳି ଆଖିଦୃଶିଆ ବିକାଶ ହୋଇପାରିନାହିଁ | ସହରର ପରିମଳ, ପାନୀୟ ଜଳ, ରାସ୍ତା, ସୌନ୍ଦର୍ଯ୍ୟ କରଣ ଏବଂ ସବୁଠାରୁ ବଡ଼ ସମସ୍ୟା ଡ୍ରେନେଜ ବ୍ୟବସ୍ଥାରେ କୌଣସି ଅଗ୍ରଗତି ହୋଇପାରୁନାହିଁ | ଯେଉଁ ସହର ବାସି ଙ୍କ ପାଇଁ ପ୍ରଳ୍ପକ ହୋଇ ଥିଲା l ତାହା ରକ୍ଷଣା ବେକ୍ଷଣl ଯୋଗୁ ନଷ୍ଟ ହେବା କୁ ବସିଲାଣ କାଉନସିଲର ମାନେ ନିଜ ୱlର୍ଡ ରେ କାର୍ଯ୍ୟ କରି ବା ପାଇଁ କାଉନସିଲ ବୈଠକ ରେ ପ୍ରସ୍ତାବ ଦେଲ ତାହା କାର୍ଯ୍ୟ କାରା ଯାଉ ନାହିଁ ବୋଲି ଅଧିକାଂଶ ପାରିଷଦ ଅଭିଯୋଗ ଆଣିଛନ୍ତି | କାର୍ଯ୍ୟକାଳ ପୁରିବାକୁ ଆଉ ୨ ବର୍ଷ ଥିବା ବେଳେ କେତେକ ୱାର୍ଡରେ ସେଭଳି ଆଖି ଦୃଶିଆ କାର୍ଯ୍ୟ ହୋଇପାରିନାହିଁ | କେତେକ ୱାର୍ଡରେ ମାଟି ମୁଠେ ମଧ୍ୟ ପଡି ନଥିବା ଅଭିଯୋଗ ହୋଇଛି | ଯାହାକୁ ନେଇ ସହରବାସୀ ଓ କାଉନସିଲରଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି | ଏଭଳି ସ୍ଥଳେ ଆଗକୁ ଭୋଟର ମାନଙ୍କ ପାଖକୁ କେଉଁ ମୁହଁ ନେଇ ଯିବେ ବୋଲି କାଉନସିଲର ମାନେ ଚିନ୍ତାରେ ପ୍ରକଟ କରିଛନ୍ତି| ଅନ୍ୟପଟେ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବଯୋଗୁଁ ପୌର ପରିଷଦକୁ ଆସୁଥିବା ନିର୍ବାହୀ ଅଧିକାରୀମାନେ ଏଠାରେ ନରହି ଅନ୍ୟତ୍ର ବଦଳି ହୋଇଯାଉଛନ୍ତି | ପୂର୍ବରୁ ଜଣେ ନିର୍ବାହୀ ଅଧିକାରୀଙ୍କ ଉପରକୁ ଅଧ୍ୟକ୍ଷା ଫାଇଲ ଫିଙ୍ଗା ଘଟଣା ସହର ରେ ଯୋର ରେ ଚର୍ଚ୍ଚା ଧରି ଥିଲା ଶେଷ ରେ ଅଧିକାରି ଜଣଙ୍କୁ ବଦଳି ହେବାକୁ ପଡି ଥିଲା l | ଯାହାଫଳରେ କୌଣସି ଅଧିକାରୀ ଏଠାକୁ ଆସିବା ପାଇଁ ଅମଙ୍ଗ ହେଉଛନ୍ତି | ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର କାମଚଳା ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି | ସମ୍ପୃକ୍ତ ଅଧିକାରୀ ମାନେ ଯେ କୌଣସି କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି | ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ମାସମାସ ଧରି ଦସ୍ତଖତ ନହୋଇ ଅଧ୍ୟକ୍ଷାଙ୍କ ଟେବୁଲରେ ପଡିରହୁଛି | ପୌର ପରିଷଦରେ ହେଉଥିବା ଯେକୌଣସି କାର୍ଯ୍ୟର ବିଲ ପାସ କରିବା ପାଇଁ ପିସି ନଦେଲେ ଅଧ୍ୟକ୍ଷା ଫାଇଲରେ ଦସ୍ତଖତ କରୁନଥିବା ଚର୍ଚ୍ଚା ହେଉଛି l | ପୌରାଧ୍ୟକ୍ଷାଙ୍କ ଏଭଳି ମନମାନି ଓ ପିସି ଖୋର ମନବୃତ୍ତି ପାଇଁ ସହରର ବିକାଶରେ ବାଧା ସୃଷ୍ଟି ହେଉଥିବା କାଉନସିଲର ମାନେ ଅଭିଯୋଗ ଆଣିଛନ୍ତି | ଏନେଇ ଉପନଗରପାଳ ଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ କାଉନସିଲର ମାନେ ପୂର୍ବରୁ ଜିଲାପାଳଙ୍କୁ ଭେଟି ବୋହୁବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ | ଏଣୁ ବାଧ୍ୟ ହୋଇ ଉପାଧ୍ୟାକ୍ଷଙ୍କ ନେତୃତ୍ୱରେ କାଉନସିଲର ମାନେ ଅଧ୍ୟାକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଏକ ଦସ୍ତଖତ ଅଭିଜାନ ଆରମ୍ଭ ହୋଇଥିବା ନେଇ ଜଣେ କାଉନସିଲର ନାମ ଗୋପନ ରଖି କହିଛନ୍ତି | ନିକଟ ରେ ସଂଖ୍ୟାଧିକ କାଉନସିଲର ଉକ୍ତ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବ ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରିବେବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି | ଏନେଇ ଉପନଗରପାଳ ସୁବାଷ ବଳଙ୍କୁ ପଚାରିବାରୁ ସେ ବୈଠକ ହୋଇଥିବା କଥା ସ୍ୱୀକାର କରିଛନ୍ତି | ହେଲେ କଣ ଆଲୋଚନା ହୋଇଛି ତାହା ଗୁପ୍ତ ରଖି ଛନ୍ତି| ପୌର ପରିଷଦ ବିଜେଡି ହାତରେ ରହିଛି l ବିଜେପି ଏହି ବିବାଦ ରୁ ଫାଇଦା ଉଠାଇ ବା ପାଇଁ ସମୟ କୁ ଅପେକ୍ଷା କରି ବସିଛି ବିଜେପି ହାତ ରେ କାଉନସିଲର ସଂଖ୍ୟା ନଗ୍ନ ଥିଲେ ମଧ୍ୟ ଅନ୍ୟ ଦଳ ର କାଉନସିଲର ମାନଂକୁ ନିକ ଦଳ ସଫକ୍ଷ ରେ ନେବା ପାଇଁ ଚାଲ ଚଳାଇଛି l