ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏନେଇ ଅଧିକ ତଥ୍ୟ ଦେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪, ତାଳଚେରରେ ୪୦.୪ ଡିଗ୍ରି ଛୁଇଁଥିଲା ତାପମାତ୍ରା ଆହୁରି ଛଅଟି ସହରରେ ପାରଦ ବଢିଛି। ଆଜି ଅନୁମାନ କରାଯାଉଛି, ଦୁଇଦିନ ଏଭଳି ତାପମାତ୍ରା ରହିବ। ପଶ୍ଚିମାଝଡ଼ର ପ୍ରକୋପ ରହିବ। ତେଣୁ ଜଳୀୟବାଷ୍ପ ରାଜ୍ୟ ଭିତରକୁ ପ୍ରବାହ କରିବ। ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଆହୁରି ୨ରୁ ୩ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ମୁଖ୍ୟତଃ ରାଜ୍ୟରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ଉପୁଜିବ। ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି। ତେଣୁ ଉଷ୍ମ ରାତି ଚେତାବନୀ ଜାରିହୋଇଛି।