ନିର୍ବାଚନ ସମୟରେ ଅନେକ ହିଂସା ମାମଲା ରୁଜୁ ହୋଇଥିଲା, ଯେଉଁଠାରେ ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା।ଲୋକସଭା ନିର୍ବାଚନ ଶେଷ ହୋଇଥିଲେ ବି କୌଣସି ପ୍ରକାର ହିଂସା କିମ୍ବା ବିଶୃଙ୍ଖଳାକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ଠୋସ୍ ବ୍ୟବସ୍ଥା କରିଛନ୍ତି । ଜୁନ୍ ୪ ରେ ଭୋଟ୍ ଗଣତି ପରେ ମଧ୍ୟ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପର୍ଯ୍ୟାପ୍ତ ସୁରକ୍ଷା ବାହିନୀ ୧୫ ଦିନ ପାଇଁ ନିୟୋଜିତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଉତ୍ତରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶକୁ ସୁରକ୍ଷା ବାହିନୀ ଯୋଗାଇବା ପାଇଁ ମଧ୍ୟ କଡା ନିର୍ଦ୍ଦେଶ ରହିଛି ।