ହିମାଚଳ ପ୍ରଦେଶରେ ମୃଦୁ ଭୂକଂପ ଝଟକା। ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି। ରାତିରେ ପଦାକୁ ବାହାରି ଆସିଲେ ଆତଙ୍କିତ ଲୋକେ । ଗତରାତି ପ୍ରାୟ ସାଢ଼େ ୯ଟା ବେଳେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ଦଶମିକ ୩ ବୋଲି ଦର୍ଶାଇଲା ନ୍ୟାସନାଲ୍ ସେଣ୍ଟର ଫର୍ ସେସ୍ମୋଲୋଜି। ଚମ୍ବାରେ ମାଟିଠୁ ୧୦ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳ ଥିଲା । ତେବେ ଭୂମିକଂପ ଯୋଗୁଁ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ । ସୂଚନା ଯୋଗ୍ୟ ଯେ, ୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା ଦୁଇ ଦିନ ପୂର୍ବରୁ ଭାରତୀୟ ସମୟ ସକାଳ ପ୍ରାୟ ୫ଟା ୩୦ରେ ତାଇୱାନ ଦେଖିଥିଲା ୨୫ ବର୍ଷରେ ସବୁଠୁ ଶକ୍ତିଶାଳୀ ଭୂକମ୍ପ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରେକର୍ଡ ହୋଇଛି। ପୂର୍ବ ତାଇୱାନର ହୁଲିଏନ ସହର ଥିଲା ଭୂକମ୍ପର କେନ୍ଦ୍ର ସ୍ଥଳ। ତେବେ ଫିଲିପାଇନ୍ସ ଏବଂ ଜାପାନ ଯାଏଁ ଲାଗିଥିଲା ଭୂକମ୍ପର ଝଟକା। ସଙ୍ଗେ ସଙ୍ଗେ ଜାରି ହୋଇଥିଲା ସୁନାମି ସତର୍କତା। ଉପକୂଳ ଅଞ୍ଚଳରୁ ଆରମ୍ଭ ହୋଇଥିଲା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପ୍ରକ୍ରିୟା।