ଶେଷ ପର୍ଯ୍ୟାୟ ନିର୍ବାଚନ, ଶେଷ ପର୍ଯ୍ୟାୟ ପ୍ରଚାର । ଆଜିଠୁ ପୁଣିଥରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା।। ଆଜି ଏବଂ ମଙ୍ଗଳବାର ୮ଟି ସ୍ଥାନରେ ପ୍ରଚାର କରିବେ। ଆଜି ଭଦ୍ରକ, ଯାଜପୁର , କେନ୍ଦ୍ରାପଡା ଏବଂ କାକଟପୁରରେ କ୍ୟାମ୍ପେନ୍ କରିବେ ବିଶ୍ଵଶର୍ମା। ମଙ୍ଗଳବାର ରାଇରଙ୍ଗପୁର , ମୋରଡା, ସୋର ଏବଂ ଜଗତସିଂହପୁରରେ ହିମନ୍ତଙ୍କର ଜନସଭା କାର୍ଯ୍ୟକ୍ରମ ରହିଛି।