କାମ ଧନ୍ଦା ତଲାସ ପାଇଁ ଓଡ଼ିଶାର ଯୁବକ ବାହାରକୁ ପଳାଉଛନ୍ତି । ଓଡ଼ିଶାରେ ଥିବା ଶିଳ୍ପରେ ଓଡ଼ିଆ ପିଲାଙ୍କୁ କାମ ମିଳୁନାହିଁ । ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଲେ ହିମନ୍ତ ବିଶ୍ୱଶର୍ମା । କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ହିମନ୍ତ ବିଶ୍ୱଶର୍ମା ।ଏହି ଅବସରରେ ସେ ବିଜେଡି ସରକାର ଓ ପାଣ୍ଡିଆନଙ୍କ ମନମୁଖୀ ଶାସନକୁ ନେଇ ବର୍ଷିଛନ୍ତି । ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ ପାଖରେ ରହିଛି । ଓଡ଼ିଶାର ଯୁବକଙ୍କୁ କାହିଁକି ଚାକିରି ଦିଆଯାଉନି । ରତ୍ନଭଣ୍ଡାର ଚାବି ମିଳୁନାହିଁ, ତଦନ୍ତ କମିଶନ ରିପୋର୍ଟ ଚାପିଛନ୍ତି । ମୋର ବିଶ୍ୱାସ ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। ପାଣ୍ଡିଆନ ଚାବି ପାତାଳରେ ରଖିଥିଲେ ବି ବିଜେପି ଖୋଜିଆଣିବ’ । ଫାଇଭ୍ ଟି କହୁଛନ୍ତି, କୌଣସି ଟିମ୍ ୱାର୍କ ଅଛି କି ଓଡ଼ିଶାରେ । ଏଠାରେ କେବଳ ଗୋଟିଏ ଟିମ୍ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍ । ଏଠି କୌଣସି କ୍ୟାବିନେଟ କି ଅଫିସରଙ୍କ ପାୱାର ନାହିଁ । ଏଠି ଗୋଟିଏ ଟି ଅଛି, ସେ ଟି’ର ନାଁ ତାମିଲନାଡୁ’ ବୋଲି କହିଛନ୍ତି ବିଶ୍ୱଶର୍ମା । ‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ । ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ ।