୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା । ଇଡି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ମୁକୁଳିଲେ । ଅର୍ଚ୍ଚନାଙ୍କୁ ନେବାକୁ ଜେଲ୍କୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଅନ୍ୟପଟେ ଜେଲ୍ରୁ ବାହାରିବା ପରେ ଗଣମାଧ୍ୟମକୁ ଅର୍ଚ୍ଚନା ନାଗ କହିଛନ୍ତି କୋର୍ଟଙ୍କ ଦ୍ୱାରସ୍ଥ ହେବେ । କୋର୍ଟଙ୍କ ନିକଟରେ ସବୁ ତଥ୍ୟ ପ୍ରମାଣ ଦାଖଲ କରିବେ ।୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଦଳରେ । ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଳୀ ଥାନା ମାମଲାରେ ସେ ବେଲ ପାଇଥିଲେ । ବଡବଡିଆଙ୍କୁ ବ୍ଲାକମେଲ ଓ ହନିଟ୍ରାପ୍ କରି ସେ ତିଆରି କରିଥିଲେ କଳା ସାମ୍ରାଜ୍ୟ । ପୂର୍ବରୁ ଅର୍ଚ୍ଚନା ନାଗର ଦାମି ଗାଡି ଓ ଆଲିସାନ୍ ଘରକୁ ସିଜ୍ କରିଥିଲା ଇଡି ।ସୂଚନା ଥାଉ କି ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଥିଲା । ଆଇନ୍ ଅନୁସାରେ ଆଜି ଅର୍ଚ୍ଚନା ଜେଲରୁ ବାହାରିଛନ୍ତି ।