ଅନ୍ଲାଇନ୍ ଫୁଡ୍ ଡେଲିଭରି ପ୍ଲାଟ୍ଫର୍ମ’ ‘ସ୍ବିଗି’ରେ ୮.୫ ନିୟୁତ ‘କେକ୍’ ବରାଦ ଦେଇଥିବାରୁ ବେଙ୍ଗାଲୁରୁ ସହର ବର୍ଷ ୨୦୨୩ ଲାଗି ଦେଶର ‘କେକ୍ କ୍ୟାପିଟାଲ୍’ ମାନ୍ୟତା ପାଇଛି।‘ହାଓ ଇଣ୍ଡିଆ ସ୍ବିଗିଡ୍ ଇନ୍ ୨୦୨୩’ ଶୀର୍ଷକ ‘ସ୍ବିଗି’ର ୱେବ୍ସାଇଟ୍ରେ ପ୍ରକାଶିତ ‘ବ୍ଲଗ୍ ପୋଷ୍ଟ୍’ ଉଲ୍ଲେଖ ଅଛି ଯେ, ୨୦୨୩ରେ ବେଙ୍ଗାଲୁରୁବାସୀ ୮.୫ ନିୟୁତ ‘କେକ୍’ ବରାଦ ଦେଇଛନ୍ତି। ସେଥିମଧ୍ୟରୁ ସର୍ବାଧିକ ହେଉଛି ଚକ୍ଲେଟ୍ ‘କେକ୍’।‘କେକ୍’ ପ୍ରସ୍ତୁତି ଓ ଖାଇବାରେ ବେଙ୍ଗାଲୁରୁବାସୀଙ୍କର ଆଗ୍ରହ ରହିଛି। ସଭିଙ୍କର ପ୍ରିୟ ଚକ୍ଲେଟ୍ କେକ୍ ସହିତ ୮.୫ ନିୟୁତ କେକ୍ ବରାଦ ଦେଇ ଏ ସହର ‘କେକ୍ କ୍ୟାପିଟାଲ୍’ ବା ‘କେକ୍ ରାଜଧାନୀ’ର ମର୍ଯ୍ୟାଦା ପାଇଛି।
ପ୍ରତି ମିନିଟ୍ରେ ଭାରତ ୨୭୧ଟି ‘କେକ୍’ ବରାଦ ଦେଇଥିବାରୁ ୨୦୨୩ ଭାଲେଣ୍ଟାଇନ୍ ଡେ’ରେ ପ୍ରେମ ଓ ପ୍ରଲୋଭନର ଯୋଡ଼ି ଖୁବ୍ ଜମିଥିଲା। ନାଗପୁରର ଜଣେ ବ୍ୟକ୍ତି ଗୋଟିଏ ଦିନରେ ୯୨ଟି ‘କେକ୍’ ପାଇଁ ବରାଦ ଦେଇଥିଲେ। ବୋଧହୁଏ ସେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନରେ ଏହି ‘କେକ୍’ ସବୁ ଖାଇଥିବେ।
ଗୌତମ ନାମରେ ଜଣେ ‘କେକ୍ ସୋ’ର ଆୟୋଜକ କହନ୍ତି, ଏଠାରେ ଅନେକ ‘ବେକର୍’ ଅଛନ୍ତି ଏବଂ ପାଉଁରୁଟି ଶିଳ୍ପ ପାଇ ଅନେକ ନୂଆ କମ୍ପାନି ବେଙ୍ଗାଲୁରୁ ଆସୁଛନ୍ତି। ସେମାନେ ‘ସ୍ବିଗି’ ମାଧ୍ୟମରେ ‘କେକ୍’ ବିକ୍ରୟ କରୁଛନ୍ତି। ଲୋକେ ବି ‘କେକ୍’ ଖାଇବାକୁ ସୁଖ ପାଉଛନ୍ତି। କାରଣ, ‘କେକ୍’ ବ୍ୟବସାୟ ବଢୁଥିବାରୁ ତାହା ଲୋକପ୍ରିୟ ହେଉଥିବା ଜଣାପଡୁଛି। ଏଠାରେ ବି ଆମେ ଦେଖୁଛୁ ଯେ, ପ୍ରତିବର୍ଷ ପୂର୍ବବର୍ଷ ତୁଳନାରେ ଅଧିକ ଜନଗହଳି ହେଉଛି।