ବର୍ତ୍ତମାନ ସମୟରେ ବିଭିନ୍ନ ଖାଦ୍ୟ ପଦାର୍ଥରେ ମିଶ୍ରଣ କରି ମାର୍କେଟକୁ ଛାଡ଼ୁଛନ୍ତି ଡୁପ୍ଲିକେଟ କମ୍ପାନୀ । ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗ ଆମ ଶରୀରକୁ ଗ୍ରାସ କରିଥାଏ । ଶରୀରରେ ଭିଟାମିନ୍, ହିମୋଗ୍ଲୋବିନ୍ ସ୍ତର କମ୍ କରିବା ସହିତ ବିଭିନ୍ନ ରୋଗର କାରଣ ପାଲଟିଥାଏ ଏହି ନକଲି ଖାଦ୍ୟ ପଦାର୍ଥ । ଆପଣ ବଜାରକୁ ଯାଇ ପନିର କିଣିଥାନ୍ତି । ହେଲେ ଆପଣ ଜାଣି ନଥାନ୍ତି ଯେ, ଏହି ପନିର ଅସଲି କି ନକଲି । ଆପଣ କେବେ ନା କେବେ ସିନ୍ଥେଟିକ୍ ପନିରର ନାଁ ଶୁଣିଥିବେ, ଏହା ଅବିକଳ ଅସଲି ପନିର ପରି ଦେଖା ଯାଇଥାଏ । ଅସଲିରେ ଭରି ରହିଥାଏ ପୋଷାକ ତତ୍ୱ ଓ ନକଲିରେ ଭରି ରହିଥାଏ, ମାରାତ୍ମକ କେମିକାଲ । ଆପଣ ଯେତେବେଳେ ବଜାରକୁ ଯାଇ, ଦୋକାନୀଙ୍କୁ ପନିର୍ ମାଗୁଛନ୍ତି, ଏହା ପୂର୍ବରୁ ପନିରକୁ ଟିକେ ଶୁଙ୍ଘିବାକୁ ଚେଷ୍ଠା କରନ୍ତୁ । ଯଦି ଏଥିରୁ ଖଟାଳିଆ ଦୁର୍ଗନ୍ଧ ହୋଇଥାଏ, ତାହେଲେ ଏହା ନକଲି ବୋଲି ଜାଣନ୍ତୁ । ଯଦି ଦୋକାନୀ ଆପଣଙ୍କୁ ସବୁଠାରୁ କମ ଟଙ୍କାରେ ପନିର୍ ଦେଉଛି, ତାହେଲେ ଏହା ଠାରୁ ଦୁରେଇ ରୁହନ୍ତୁ । କାରଣ ପନିର୍ ଗୋଟିଏ କେଜି ପିଛା, ୫ ଲିଟର୍ କ୍ଷୀର ଦରକାର ପଡିଥାଏ ।ଦୋକାନୀଙ୍କ ଠାରୁ ଅଳ୍ପ ପନିର୍ ଆଣି ଚାଖନ୍ତୁ, ଯଦି ଏହା ରବର ପରି ଅତ୍ୟଧିକ ଚୋବାଇବାକୁ ପଡେ ତାହେଲେ ନକଲି ବୋଲି ଜାଣି ରଖନ୍ତୁ । ଫୁଟାଯାଇଥିବା ପନିରକୁ ପାଣିରେ ଥଣ୍ଡା ହେବାକୁ ଦିଅନ୍ତୁ, ଏହାପରେ ପାଣିରେ କିଛି ହରଡ଼ ଡାଲି ମିଶାଇ ୧୦ ମିନିଟ୍ ଛାଡି ଦିଅନ୍ତୁ । ତେବେ ପାଣି ଯଦି ନାଲି ରଙ୍ଗ ହୋଇଯାଏ, ତାହେଲେ ନକଲି ବୋଲି ଜାଣନ୍ତୁ । ଯଦି ଏହାର ରଙ୍ଗରେ କୌଣସି ପରିବର୍ତ୍ତନ ନହୁଏ, ତାହେଲେ ଏହା ଅସଲି ବୋଲି ଜାଣନ୍ତୁ ।
ଜାଣନ୍ତୁ କେମିତି ଚିହ୍ନିବେ Synthetic ପନିର?
Leave a comment