ଓମେଗା-୩ ଫ୍ୟାଟି ଏସିଡ୍ର ଉପକାରିତା:
- କାର୍ଡିଓଭାସ୍କୁଲାର୍ ଡିଜିଜ୍ ବା ହୃଦଘାତରୁ ସୁରକ୍ଷା ଦିଏ – ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହା ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରେ, କୋଲେଷ୍ଟେରଲ୍/ ଲିପିଡ୍/ ଧମନୀରେ ଜମା ପ୍ଲେକ୍କୁ କମ କରେ, ହୃଦୟର ଗତି ନିୟନ୍ତ୍ରଣ କରେ, ରକ୍ତ ଧମନୀଗୁଡିକର ଭିତର ଆବରଣର ଫୁଲା (ଇନ୍ଫ୍ଲାମେସନ୍)/ ପ୍ଲାଟିଲେଟ୍ ଜମାହେବା ଆଦିକୁ କମାଇ ହୃଦଘାତର ଆଶଙ୍କା କମାଏ।
- ଦୃଷ୍ଟିଶକ୍ତି ଭଲ କରେ, ମ୍ୟାକୁଲାର୍ ଡିଜେନେରେସନ୍କୁ ରୋକେ।
- ମସ୍ତିଷ୍କ କୋଷ ବିକାଶ ଏବଂ ଏକାଗ୍ରତା ବଢାଇ ପିଲାମାନଙ୍କ ମଧ୍ୟରେ ଆଟେନ୍ସନ୍ ଡେଫିସିଟ୍ ହାଇପର୍ ଆକ୍ଟିଭିଟିର ଆଶଙ୍କା କମାଇଥାଏ।
- ଆଣ୍ଟିଅକ୍ସିଡାଣ୍ଟ୍ ହିସାବରେ କାମ କରି, କୋଷ ସ୍ତରରୁ ମରାମତି/ ରିପ୍ୟାର୍ରେ ସାହାଯ୍ୟ କରେ।
- ଇନ୍ଫ୍ଲାମେସନ୍କୁ କମକରି ମା°ସପେଷୀ, ହାଡ ଏବଂ ଗଣ୍ଠି ଗୁଡିକର ଯନ୍ତ୍ରଣା କମାଏ।
- କୋଲେଷ୍ଟେରଲ୍ ଏବଂ ଶର୍କରା (ବ୍ଲଡ୍ ସୁଗାର) ସ୍ତର ନିୟନ୍ତ୍ରଣ କରେ।
- ମାନସିକ ଅବସାଦର ଆଶଙ୍କା କମାଇ ମଣିଷର ମୁଡ୍କୁ ସୁଖପ୍ରଦ କରେ।
- ମସ୍ତିଷ୍କ କୋଷର ଡେଭଲପ୍ମେଣ୍ଟ୍ରେ ସାହାଯ୍ୟ କରି ମଣିଷର ସ୍ମରଣଶକ୍ତି ଏବଂ ଏକାଗ୍ରତା ବଢାଏ, ଆଲ୍ଜେମର୍ସ ଡିଜିଜ୍ର ଆଶଙ୍କା କମାଏ।
- ରୋଗପ୍ରତିରୋଧକ ଶକ୍ତି ବଢାଏ।
- ପାଚନ ଶକ୍ତି ବଢାଇବା ସହ ଅଲ୍ସରେଟିଭ୍ କୋଲାଇଟିସ୍ ପରି ରୋଗରେ ବିଶେଷ ଉପକାରୀ।
- ଆଣ୍ଟିଅକ୍ସିଡାଣ୍ଟ୍ ଗୁଣ ଯୋଗୁଁ ବିଭିନ୍ନ ପ୍ରକାର କ୍ୟାନସର୍ର ଆଶଙ୍କା କମାଇ ଥାଏ।
- ଚର୍ମକୁ ସୁସ୍ଥ ଏବଂ ଚିକ୍କଣ ରଖେ।
- ଅତ୍ୟଧିକ ଶାରୀରିକ ପରିଶ୍ରମ ଏବଂ ବ୍ୟାୟାମ ପରର କୋଷ ସ୍ତରରେ ଘଟିଥିବା ଆଘାତର ଶୀଘ୍ର ମରାମତିରେ ସାହାଯ୍ୟ କରେ।
ଓମେଗା-୩ ଫ୍ୟାଟି ଏସିଡ୍ର ଉତ୍ସ:
- ଫ୍ଲାକ୍ସସିଡ୍ସ ତେଲ (ଅଳସୀ ତେଲ)
- ଫ୍ଲାକ୍ସସିଡ୍ସ ଚୁର୍ଣ୍ଣ (ଅଳସୀ ମଞ୍ଜି ଚୁନା)
- ୱ୍ୱଲ୍ନଟ୍ସ
- ଚିଆ ସିଡ୍ସ
- ହେମ୍ପ୍ସିଡ୍ସ (ଭାଙ୍ଗ ମଞ୍ଜି)
- ଏଡାମାମେ (କଞ୍ଚା ସୋୟାରୁ ପ୍ରସ୍ତୁତ ଜାପାନିଜ୍ ଡିସ୍)
- ନାଟୋ (ଜାପାନିଜ୍ ଫର୍ମେଣ୍ଟେଡ୍ ସୋୟା ଡିସ୍)
- ସି-ୱ୍ୱିଡ୍
- ଆଲ୍ଗି
- ଅଣ୍ଡା କେଶର
- କଡ୍ ଲିଭର୍ ଅଏଲ୍
- ସାଲମୋନ୍ ଫିସ୍ ଅଏଲ୍
- ଆଟଲାଣ୍ଟିକ୍ ମ୍ୟାକ୍ରେଲ୍ (ଏକ ସମୁଦ୍ର ମାଛ)
- ଆଲାସ୍କାନ୍ ସାଲ୍ମୋନ୍ (ଏକ ସମୁଦ୍ର ମାଛ)
- ଆଲ୍ବାକୋର୍ ଟୁନା (ଏକ ସମୁଦ୍ର ମାଛ)
- ହ୍ୱାଇଟ୍ ଫିସ୍ (ବିଭିନ୍ନ ପ୍ରଜାତିର ଧଳା ମାଛ)
- ସାର୍ଡିନ୍ସ (ଛୋଟ ସମୁଦ୍ର ମାଛ)
- ଆଙ୍କୋଭିୟସ୍ (ଛୋଟ ସମୁଦ୍ର ମାଛ)
- ହେରିଙ୍ଗ୍ (ସମୁଦ୍ର ମାଛ)
ବଜାରରେ କଡ୍ ଲିଭର୍ ଅଏଲ୍ କ୍ୟାପ୍ସୁଲ୍, ଓମେଗା-୩ ଫ୍ୟାଟି ଏସିଡ୍ର ସପ୍ଲିମେଣ୍ଟ୍ ହିସାବରେ ସହଜରେ ଉପଲବ୍ଧ ହୋଇଥାଏ। କିନ୍ତୁ ଏହାର ତିବ୍ର ଗନ୍ଧ ଯୋଗୁଁ, ସମ୍ପୂର୍ଣ୍ଣ ନିରାମିଷାସୀଙ୍କ ପାଇଁ ଏହାକୁ ଗ୍ରହଣ କରିବାରେ ସମସ୍ୟା ଦେଖାଯାଏ। ଏବେ କିନ୍ତୁ ପ୍ଲାଣ୍ଟ୍ ବା ବୃକ୍ଷଜାତ ଓମେଗା-୩ ଫ୍ୟାଟି ଏସିଡ୍ର ସପ୍ଲିମେଣ୍ଟ୍ ଉପଲବ୍ଧ ହେଲାଣି।