ସୁନାକୁ ଆଜି ଏକ ଉତ୍କୃଷ୍ଟ ବିନିଯୋଗ ବିକଳ୍ପ ଭାବରେ ବିବେଚନା କରାଯାଏ । ଦୁନିଆର ବିଭିନ୍ନ ଦେଶରେ ସୁନା ଭଣ୍ଡାର ଅଛି । ଯାହା ମାଧ୍ୟମରେ ସେମାନେ ନିଜର ଆର୍ଥିକ ସ୍ଥିତିର ସଂତୁଳନ ରଖିବା ସହ ଅନ୍ୟ ଦେଶ ସହିତ ଲେଣଦେଣ କରିଥାନ୍ତି । ବିଭିନ୍ନ ଦେଶରେ ମାଟିତଳୁ ସୁନା ଖୋଳି ବାହାର କରିବା ଆଜି ମଧ୍ୟ ଜାରି ରହିଛି । ଏପରି ପରିସ୍ଥିତିରେ, ଆପଣ କେବେ ଚିନ୍ତା କରିଛନ୍ତି କି ପୃଥିବୀରେ କେତେ ସୁନା ଅଛି ? ଆମେ କେତେ ସୁନା ଖୋଳି ବାହାର କରିଛୁ ଏବଂ କେତେ ମାଟି ତଳେ ରହିଯାଇଛି ?
ମାର୍ଚ୍ଚ ୨୦୨୪ ଫୋର୍ବସ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ବିଶ୍ୱ ଗୋଲ୍ଡ କାଉନସିଲ୍ କହିଛି ଯେ ୨୦୨୩ ର ଚତୁର୍ଥ ତ୍ରୈମାସିକରେ ଆମେରିକାର ସର୍ବାଧିକ ସୁନା ରହିଛି। ଏହି ଦେଶରେ ୮୧୩୩.୪୬ ଟନ୍ ସୁନାର ଭଣ୍ଡାର ଅଛି । ଏହା ପରେ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ଅଛି ଯିଏ ୩୩୫୨.୬୫ ଟନ୍ ସୁନା ସଂରକ୍ଷଣ କରିଛି ଏବଂ ଇଟାଲୀ ତୃତୀୟ ସ୍ଥାନରେ ଅଛି, ଯାହା ପାଖରେ ୨୪୫୧.୮୪ ଟନ୍ ସୁନା ଅଛି । ଭାରତ ବିଷୟରେ କହିବାକୁ ଗଲେ ଆମ ପାଖରେ ୮୦୩. ୫୮ ଟନ୍ ସୁନା ସଂରକ୍ଷିତ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ବଡ ସୁନା ଉତ୍ସ ହେଉଛି ଦକ୍ଷିଣ ଆଫ୍ରିକାର ୱିଟୱାଟର୍ସରାଣ୍ଡ ବେସିନ ଯେଉଁଠାରୁ ବିଶ୍ବର ୩୦ ପ୍ରତିଶତ ସୁନା ଖନନ କରି ବାହାର କରାଯାଇଛି । । ବିବିସି ଅନୁଯାୟୀ, ବର୍ତ୍ତମାନ ଚୀନ୍ ଏକ ସୁନା ଖଣିର ଦେଶ। ଦୁନିଆର ସବୁଠୁ ବଡ ସୁନା ଖଣି ଆମେରିକାର ନେଭଡାଠାରେ ଅଛି ।