ଚଳିତ ଆଇପିଏଲ ସିଜିନର 18 ତମ ମ୍ୟାଚରେ ବାଜି ମାରିନେଲା ହାଇଦ୍ରାବାଦ୍ । ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ହଇଦ୍ରାବାଦ ଏହାର ଦ୍ୱିତୀୟ ବିଜୟ ହାସଲ କରିଛି । କ୍ରମାଗତ ବିଜୟ ପରେ ଏବେ ଲଗାତାର ପରାଜୟର ସାମ୍ନା କରୁଛି 5 ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ । ଗତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଥିବା ଋତୁରାଜ ଗାଏକ୍ବାଡଙ୍କ ଦଳ ଶୁକ୍ରବାର 6 ୱିକେଟ୍ରେ ଏକତରଫା ଭାବେ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଛି । ହାଇଦ୍ରାବାଦ ମଧ୍ୟ 4 ମ୍ୟାଚ୍ରୁ ଦ୍ବିତୀୟ ବିଜୟ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି ।ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ସୁପରକିଙ୍ଗ୍ସ ରକ୍ଷଣଶୀଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ 5 ୱିକେଟ ହରାଇ 165 ରନ୍ କରିଥିଲା ଚେନ୍ନାଇ । ହାଇଦ୍ରାବାଦ ସାମ୍ନାରେ 166 ରନର ବିଜୟ ଲକ୍ଷ୍ୟ ରଖିଥିଲା । ହେଲେ ଏହି ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ସନରାଇଜର୍ସ ହାଇଦ୍ରାବାଦ ।