ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ସିକୁଆ ଛକଠାରେ ବାଇକକୁ ଧକ୍କା ଦେଇଛି ଏକ ହାଇଓ୍ବା। ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ତେବେ ପୁଲିସ ଉପସ୍ଥିତିରେ ଦୁର୍ଘଟଣା ସ୍ଥଳରୁ ହାଇଓ୍ବା ଫେରାର ହୋଇଯିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମୃତ ବ୍ୟକ୍ତି ଜଣକ ବରଗଡ଼ ଜିଲାର ହୋଇଥିବାବେଳେ ସେମାନେ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ ବୋଲି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି।