ପ୍ରେମ ମାନେ ନାହିଁ ଦେଶ କି ବିଦେଶ ,ଏହାର ଜ୍ୱଳନ୍ତ ଉଦାହରଣ ଏହି ଘଟଣାରୁ ଆପଣ ଜାଣିପାରିବେ ..ହିନ୍ଦୁ ରୀତିନୀତି ଅନୁଯାୟୀ ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାର ୩୨ ବର୍ଷିୟ ହାର୍ଦ୍ଦିକ ବର୍ମା ନେଦର୍ଲାଣ୍ଡସ୍ବାସିନୀ ‘ଗାର୍ଲଫ୍ରେଣ୍ଡ୍’ ୨୧ ବର୍ଷୀୟ ଗାବ୍ରିଏଲା ଡୁଡାଙ୍କୁ ଗତ ବୁଧବାର ଦିନ ବିବାହ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଫତେପୁରର ଗୋଟାଏ ଗାଁରେ ବାସ କରୁଥିବା ହାର୍ଦ୍ଦିକ ଚାକିରି ସନ୍ଧାନରେ ନେଦର୍ଲାଣ୍ଡସ୍ ଯାଇଥିଲେ। ସେଠାରେ ସେ ଏକ ଔଷଧ କମ୍ପାନିରେ ସୁପର୍ଭାଇଜର୍ ଚାକିରି କରି ପାଇଲେ। ଉକ୍ତ କମ୍ପାନିରେ ହିଁ ସହକର୍ମିଣୀ ଭାବେ କାର୍ଯ୍ୟ କରୁଥିବା ଗାବ୍ରିଏଲାଙ୍କ ସହିତ ତାଙ୍କର ପରିଚୟ ହେଲା। କ୍ରମେ ଦୁହେଁ ନିବିଡ଼ତର ହେଲେ ଓ ହାର୍ଦ୍ଦିକ ଗାବ୍ରିଏଲାଙ୍କୁ ପ୍ରେମ କରୁଥିବା କଥା ବ୍ୟକ୍ତ କଲେ।
ତା’ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ହେଲା। ୩ ବର୍ଷ ଏକତ୍ର ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଏକଥା ହାର୍ଦ୍ଦିକ ଫୋନ୍ କରି ବାପାମାଆଙ୍କୁ ଜଣାଇଲେ।ଗତ ସପ୍ତାହର ହାର୍ଦ୍ଦିକ ଗାବ୍ରିଏଲାଙ୍କୁ ସଙ୍ଗରେ ଧରି ଫତେପୁରସ୍ଥିତ ଘରକୁ ଫେରିଲେ। ସେଠାରେ ପରିବାର ଲୋକେ ସେମାନଙ୍କୁ ଭବ୍ୟ ସ୍ବାଗତ କଲେ। ଦୁହିଁଙ୍କ ବାହାଘର ଅନୁଷ୍ଠାନରେ ପରିବାରର ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ବି ଯୋଗ ଦେଲେ।