ଭାରତରେ ବିଜୟ ଉତ୍ସବ ପାଳନ ପାଇଁ ସମସ୍ତ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଜର୍ସିର ବ୍ୟବସ୍ଥା କରାଯାଇଥିଲା। ବିଶ୍ବକପ୍ରେ ଖେଳିଥିବା ମ୍ୟାଚ୍ ଜର୍ସି ଭଳି ଅବିକଳ ଜର୍ସି ପ୍ରସ୍ତୁତ ହୋଇଥିଲା ବେଳେ ଏହାର ସମ୍ମୁଖ ଭାଗରେ ଭାରତର ନାମ ତଳକୁ ‘ଚାମ୍ପିଅନ୍ସ’ ଲେଖାଯାଇଥିଲା। ଭାରତୀୟ ଖେଳାଳିମାନେ ଦିନ ତମାମ୍ ଏହି ଜର୍ସିକୁ ପରିଧାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତବେଳେ ଭାରତୀୟ ଖେଳାଳିମାନେ ଏହି ସ୍ବତନ୍ତ୍ର ଜର୍ସି ପିନ୍ଧିଥିବା ଦେଖାଯାଇଥିଲା।ଭାରତୀୟ ଖେଳାଳିମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପରେ ମୁମ୍ବାଇ ଅଭିମୁଖେ ଗସ୍ତ କରିଥିଲେ।ବିଶ୍ୱ ଚାମ୍ପିୟନ ଭାରତୀୟ ଟିମ୍ ସ୍ୱଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଖେଳାଳିମାନଙ୍କ ସହ ବିଶ୍ୱକପର ସଂଘର୍ଷମୟ ଯାତ୍ରା ବିଷୟରେ ପ୍ରଶ୍ନ କରିଥିବା ବେଳେ ଖେଳାଳିମାନେ ଜଣ ଜଣ କରି ସେହି ଅବିସ୍ମରଣୀୟ ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ ।