ନିକଟରେ ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସ ଓ ଚୀନ୍ ମଧ୍ୟରେ ଅନେକ ବିବାଦ ଦେଖିବାକୁ ମିଳିଥିଲା । ସେଥିପାଇଁ ଫିଲିପାଇନ୍ସ କୁ ସାହାଯ୍ୟ କରିବାକୁ ହାତ ବଢେଇଛି ଭାରତ ..ଏପ୍ରିଲ ୧୯ରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ ଫିଲିପାଇନ୍ସକୁ ହସ୍ତାନ୍ତର କରିଛି ଭାରତ । ଫିଲିପାଇନ୍ସ ହେଉଛି ପ୍ରଥମ ବିଦେଶୀ ଦେଶ ଯାହାକୁ ଭାରତ ହସ୍ତାନ୍ତର କରିଛି ବ୍ରହ୍ମୋସ୍ ମିସାଇଲ। ଜାନୁଆରୀ ୨୦୨୨ରେ ଫିଲିପାଇନ୍ସକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଦେବା ପାଇଁ ଭାରତ ୩୭୫ ନିୟୁତ ଡଲାର (୩୧୩୦ କୋଟି ଟଙ୍କା) ଚୁକ୍ତି କରିଥିଲା। । ଏବେ ଫିଲିପାଇନ୍ସକୁ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର ମିଳିବା ଫଳରେ ସମୁଦ୍ରରେ ତା’ର ଶକ୍ତି ବୃଦ୍ଧି ପାଇବା ସହ ଚୀନ୍ର ପ୍ରଭାବକୁ ମଧ୍ୟ ରୋକିବାରେ ସଫଳ ହେବ । ଭାରତୀୟ ବାୟୁସେନା C-17 ଗ୍ଲୋବ୍ ମାଷ୍ଟର ବିମାନ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଫିଲିପାଇନ୍ସ ମେରାଇନ୍ କର୍ପସକୁ ହସ୍ତାନ୍ତର କରିଛି। ଏହି କ୍ଷେପଣାସ୍ତ୍ରଗୁଡିକର ଗତି ୨.୮ ମ୍ୟାକ୍ ଏବଂ ରେଞ୍ଜ ହେଉଛି ୨୯୦ କିଲୋମିଟର । ଗୋଟିଏ ମ୍ୟାକ୍ ଧ୍ୱନିର ଗତି ହେଉଛି ୩୩୨ ମିଟର ପ୍ରତି ସେକେଣ୍ଡ । ଫିଲିପାଇନ୍ସକୁ ଦିଆଯାଇଥିବା କ୍ଷେପଣାସ୍ତ୍ରର ଗତି ଶବ୍ଦର ବେଗଠାରୁ ୨.୮ ଗୁଣ ଅଧିକ ।