ଆଜି ଭାରତ ବନ୍ଦ। ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ବନ୍ଦ ପ୍ରଭାବ। ପିକେଟିଂ କରି ରାସ୍ତାକୁ ଓହ୍ଲାଇଲେଣି ଆନ୍ଦୋଳନକାରୀ। ଗତ ଅଗଷ୍ଟ ୧ ତାରିଖରେ ସୁପ୍ରିମକୋର୍ଟ ଏସସି-ଏସଟିଙ୍କୁ ଆର୍ଥିକ ଦୃଷ୍ଟିରୁ ବର୍ଗୀକରଣ କରାଯାଇ, ସଂରକ୍ଷଣ ଦେବାକୁ ରାୟ ଦେଇଥିଲେ। ଏହା ଦ୍ବାରା ମୂଳ ଆଇନ୍ ପ୍ରଭାବିତ ହେବା ଆଶଙ୍କା କରି ଆଜି ଆନ୍ଦୋଳେନକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ। ନିଷ୍ପତ୍ତିକୁ ପ୍ରତ୍ୟାହାର କିମ୍ବା ପୁନର୍ବିଚାର ପାଇଁ ଦାବି କରିଛନ୍ତି।୧୨ ଘଣ୍ଟିଆ ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି।