କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସର ଆଜି ହେଉଛି ୧୧ତମ ଦିନ। ଆଜିର ଦିନ ଭାରତୀୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ପ୍ୟାରିସ୍ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରୁଥିବା ଭାରତୀୟ ହକି ଦଳ ଆଜି ସେମି ଫାଇନାଲ ମୁକାବିଲା ଖେଳିବ। ବିଶ୍ବ ର୍ୟାଙ୍କିଙ୍ଗର ୪ର୍ଥ ସ୍ଥାନରେ ଥିବା ଜର୍ମାନୀକୁ ଭେଟିବ ଭାରତ। ଭାରତୀୟ ସମୟ ରାତି ୧୦.୩୦ରେ ଖେଳାଯିବ ଏହି ହାଇଭୋଲଟେଜ୍ ମୁକାବିଲା। ଭାରତୀୟ ହକି ଦଳ ଯଦି ଆଜି ଜର୍ମାନୀକୁ ମାତ୍ ଦେବାରେ ସଫଳ ହୁଏ ତେବେ ଚଳିତ ଅଲିମ୍ପିକ୍ସରେ ପଦକ ନିଶ୍ଚିତ ଜିତିବ। ଶେଷ ଥର ପାଇଁ ଭାରତୀୟ ଦଳ ୧୯୬୦ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ୨୦୨୨ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା।୩୬ ବର୍ଷିୟ ଗୋଲ୍ କିପର ଶ୍ରୀଜେଶ୍ଙ୍କ ଏହା ହେଉଛି ଶେଷ ଟୁର୍ଣ୍ଣାମେଣ୍ଟ। ଅଲିମିକ୍ପ ପରେ ସେ ହକିରୁ ବିଦାୟ ନେବାର ଘୋଷଣା କରି ସାରିଛନ୍ତି। ଭାରତୀୟ ହକି ଦଳର ଦ ଓ୍ବାଲ କୁହାଯାଉଥିବା ଶ୍ରୀଜେଶଙ୍କୁ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଭେଟି ଦେବାକୁ ଚେଷ୍ଟା କରିବ ନିଶ୍ଚିତ। ଯଦି ଆଜି ଭାରତୀୟ ଦଳ ଜର୍ମାନୀକୁ ହରାଇ ଦିଏ ତେବେ ଚଳିତ ଅଲିମ୍ପିକ୍ସରେ ରୌପ୍ୟ ପଦକ ନିଶ୍ଚିତ କରିବ। ଯଦି ହାରି ଯାଏ ତେବେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବ ଭାରତ।