ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛି। ଚାଇନାରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ ହାସଲ କରିଛି ହ୍ୟାଟ୍ରିକ ବିଜୟ। ଦମଦାର ବିଜୟ ସହିତ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିର ସେମି ଫାଇନାଲରେ ପ୍ରବେଶ କରିଛି ଭାରତ।ମାଲେସିଆ ବିପକ୍ଷ ମୁକାବିଲାରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା। ମ୍ୟାଚଟିକୁ ୮-୧ରେ ଜିତିଥିଲା ଭାରତୀୟ ଦଳ। ଭାରତ ପକ୍ଷରୁ ରାଜ କୁମାର ପାଲ ହ୍ୟାଟ୍ରିକ ଗୋଲ ଦେଇଥିବା ବେଳେ ଅରାଇଜିତ ସିଂହ ହୁଣ୍ଡାଲ ୨ଟି, ଯୁଗରାଜ ସିଂହ, ହରମନପ୍ରୀତ ସିଂହ ଓ ଉତ୍ତମ ସିଂହ ଗୋଟିଏ ଲେଖାଏ ଗୋଲ କରିଛନ୍ତି।
୬ଟି ଦଳକୁ ନେଇ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ୧୬ ତାରିଖରେ ଓ ଫାଇନାଲ ୧୭ ତାରିଖରେ ଅନୁଷ୍ଠିତ ହେବ। ଭାରତ ୮-୧ରେ ମ୍ୟାଚ୍ କବଜା କରି ପୂର୍ବଭଳି ପଏଣ୍ଟ ଟେବୁଲର ୧ ନଂ ସ୍ଥାନରେ ରହିଛି। ଭାରତ ପାଖରେ ଏବେ ୯ ପଏଣ୍ଟ ରହିଛି।