ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତ ସପ୍ତମ ପଦକ ହାସଲ କରିଛି । ଏଯାବତ ଭାରତକୁ ୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୩ ବ୍ରୋଞ୍ଜ ପଦକ ମିଳିଛି । ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରୁଦ୍ରାକ୍ଷ, ଐଶ୍ୱର୍ଯ୍ୟ, ଦିବ୍ୟାଂଶ ମିଳିତ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୦ମିଟର ଏୟାର ରାଇଫଲରେ ଟିମ୍ ଇଣ୍ଡିଆ ବିଶ୍ୱ ରେକର୍ଡ ମଧ୍ୟ କରିଛି ।ଭାରତୀୟ ଟିମ୍ର ବିଶ୍ବ ଚାମ୍ପିୟନ୍ ରୁଦ୍ରାଂଶ ବାଲାସାହିବ ପାଟିଲ୍, ଅଲିମ୍ପିକ୍ ଖେଳାଳି ଦିବ୍ୟାଂଶ ପାନ୍ୱାର୍ ଓ ଐଶ୍ବରୀ ପ୍ରତାପ ସିଂହ ତୋମାର୍ ଯୋଗ୍ୟତା ପର୍ଯ୍ୟାୟ ବା ‘କ୍ବାଲିଫିକେସନ୍ ରାଉଣ୍ଡ୍’ରେ ୧୮୯୩.୭ ପଏଣ୍ଟ୍ ସ୍କୋର୍ କରି ଚୀନ୍ ସ୍ଥାପନ କରିଥିବା ୧୮୯୩.୩ ସ୍କୋର୍ବିଶିଷ୍ଟ ବିଶ୍ବ ରେକର୍ଡ ଭଙ୍ଗ କରିଛନ୍ତି। ପ୍ରାୟ ମାସେ ପୂର୍ବେ ଆଜର୍ ବୈଜାନ୍ର ବାକୁରେ ଆୟୋଜିତ ‘ୱାର୍ଲଡ୍ ଚାମ୍ପିୟନ୍ସିପ୍’ରେ ଚୀନାମାନେ ଏହି ରେକର୍ଡ ସୃଷ୍ଟି କରିଥିଲେ।
ସୂଚନାଯୋଗ୍ୟ, ସ୍ବର୍ଣ୍ଣ ପଦକ ଜିଣିବା ପରେ ୩ ଭାରତୀୟ ସୁଟର୍ ’୧୦ ମିଟର୍ ଏୟାର୍ ରାଇଫଲ୍’ ପ୍ରତିଯୋଗିତାର ଶ୍ରେଷ୍ଠ-୮ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। କିନ୍ତୁ, ‘ଏସୀୟ କ୍ରୀଡ଼ା’ର ନିମୟ ଅନୁସାରେ ପ୍ରତ୍ୟେକ ଦେଶରୁ ୨ଜଣ ଲେଖାଏଁ ପ୍ରତିଯୋଗୀ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହେବେ। ତେଣୁ, ରୁଦ୍ରାଂଶ ଓ ଐଶ୍ବରୀ ଫାଇନାଲ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।