ଭାରତ ମାତା କି ଜୟ..! ଏସିଆ କପ୍ରେ ଭାରତ ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ପରେ ସମ୍ପୁର୍ଣ୍ଣ ଭାରତରେ ଲୋକମାନେ ସୋମବାର ଉତ୍ସବ ପାଳନ କରିଛନ୍ତି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଭାରତ ୨୨୮ ରନ୍ରେ ପାକିସ୍ତାନକୁ ହରାଇ ଥିବା ବେଳେ ବିରାଟ କୋହଲି ଏହି ମ୍ୟାଚ୍ରେ ୪୭ ତମ ଦିନିକିଆ ଶତକ ହାସଲ କରିବା ସହିତ ଦିନିକିଆ କ୍ରିକେଟ୍ରେ ନିଜର ୧୩,୦୦୦ ରନ୍ ପୁରଣ କରିଛନ୍ତି । ସେହିପରି କେଏଲ୍ ରାହୁଲ ବହୁ ଦିନ ପରେ କମ୍ ବ୍ୟାକ ମ୍ୟାଚରେ ଶତକ ହାସଲ କରିଥିଲେ ।ରନ୍ ବ୍ୟବଧାନରେ ପଡ଼ୋଶୀ ଦେଶ ଉପରେ ଭାରତର ଏହା ସର୍ବବୃହତ ବିଜୟ । ଏହି ବିଜୟକୁ ନେଇ ଦେସର ବିଭିନ୍ନ ସ୍ଥାନରେ ସୋମବାର ରାତିରେ ଲୋକମାନେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଥିଲା । ଗୁଜରାଟରେ ଲୋକମାନେନ ବାଣ ଫୂଟାଇ ଉତ୍ସବ ପାଳନ କରୁଥିବା ବେଳେ ପଶ୍ଚିମବଙ୍ଗରେ ଲୋକମାନେ ତ୍ରିରଙ୍ଗା ଉଡ଼ାଇଥିଲେ । ଜାମ୍ମୁରେ ଶହଶହ ଲୋକେ ଘର ବାହାରକୁ ଆସି ରାସ୍ତରେ ବାଣ ଫୁଟାଇବା ସହିତ ତ୍ରୀରଙ୍ଗା ଉଡ଼ାଇ ସେମାନଙ୍କର ଖୁସି ପ୍ରକଟ କରିଥିଲେ ।
ସେହିପରି ଶ୍ରୀଲଙ୍କାକୁ ମ୍ୟାଚ୍ ଉପଭୋଗ କରିବାକୁ ଯାଇଥିବା ପ୍ରଶଂସକମାନେ ମଧ୍ୟ ସେଠାରେ ତ୍ରୀରଙ୍ଗା ଉଡ଼ାଇ ଉତ୍ସବ ମନାଇଥିଲେ। ମୋଟାମୋଟି ଭାବରେ ସମ୍ପୁର୍ଣ୍ଣ ଦେଶରେ ଲୋକମାନେ ପାକିସ୍ତାନ ଉପରେ ଭାରତ ବିଜୟ ଖୁସିରେ ଉତ୍ସବ ପାଳନ କରୁଛନ୍ତି । ସେହିପରି ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ବିଭିନ୍ନ ମଜାଦାର ମିମ୍ ପ୍ରସ୍ତୁତ କରି ସେୟାର କରୁଛନ୍ତି।