୯୨ ତମ ବାୟୁସେନା ଦିବସ ପୂର୍ବରୁ ଏୟାରଫୋର୍ସର ପରାକ୍ରମ ପ୍ରଦର୍ଶନ। ଚେନ୍ନାଇର ମାରିନା ବିଚରେ ଦମ ଦେଖାଉଛି ଭାରତୀୟ ବାୟୁସେନା । ଗ୍ରାଣ୍ଡ ଫ୍ଲାଏପାଷ୍ଟରେ ୭୨ ଯୁଦ୍ଧ ବିମାନ ସାମିଲ । ୨୨ଟି ବର୍ଗରେ ୭୨ ଯୁଦ୍ଧ ବିମାନ ରଣକୌଶଳ ପ୍ରଦର୍ଶନ କରୁଛନ୍ତି । ଲିମକା ରେକର୍ଡ କରିବା ଲକ୍ଷ୍ୟରେ ଭାରତୀୟ ବାୟୁସେନା । ସୁଖୋଇ-୩୦, ମିଗ୍-୨୯, ଜାଗୁଆର ସହିତ ଲାଇଟ୍ କମ୍ବାଟ ହେଲିକପଟର-LCH ଓ ଆଡଭାନସଡ ଲାଇଟ୍ ହେଲିକପଟର- ALH MK4 ଆଦି ସାମିଲ ହୋଇଛି । ଜାତୀୟ ପତାକା ପ୍ରଦର୍ଶନ ସହ ଆକାଶରେ ଧ୍ବଜ ଫର୍ମେସନ କରିଛନ୍ତି ୪ଟି ଚେତକ ହେଲିକପ୍ଟର । ଆକାଶରେ ୱାଇ ଆକୃତିରେ ଉଡ଼ିଛନ୍ତି ୪ ହେଲିକପ୍ଟର । ସେହିପରି ସଂଗମ ଫର୍ମେସନ କରିଛନ୍ତି ୩ଟି ଲାଇଟ୍ କମ୍ବାଟ୍ ହେଲିକପ୍ଟର -LCH । ଗୋଟିଏ C-୧୭ ଏୟାରକ୍ରାଫ୍ଟ ମହାବଳୀ ଓ ସୂର୍ଯ୍ୟକିରଣ ପ୍ରଦର୍ଶନ କରିଛି । କାର୍ତ୍ତିକେୟ ଫର୍ମେସନ କରିଛି ତେଜସ୍ ଏୟାରକ୍ରଫ୍ଟ । ଅକ୍ଟୋବର ୮ରେ ତାମ୍ବରମ୍ ବାୟୁସେନା ଷ୍ଟେସନରେ ବାୟୁସେନା ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ଥିମ୍ ରହିଛି, “ଭାରତୀୟ ବାୟୁସେନା- ସକ୍ଷମ, ସଶକ୍ତ, ଆତ୍ମନିର୍ଭର ”।