ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଫରଫର ଉଡ଼ିଲା ତ୍ରିରଙ୍ଗା। ଭାରତୀୟ କଣ୍ଟିନଜେଣ୍ଟର ନେତୃତ୍ବ ନେଇ ଫ୍ଲାଗ୍ ବିୟରର୍ ସାଜିଲେ ବ୍ୟାଡମିଣ୍ଟନ ଷ୍ଟାର୍ ପି.ଭି. ସିନ୍ଧୁ ଓ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ। ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତର ୭୮ ଖେଳାଳି। ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶ ମାନଙ୍କର ପରେଡ୍ ଅନୁଷ୍ଠିତ ହୋଇଥିଲା । ପ୍ୟାରିସ ଅଲିମ୍ପିକ୍ସ ହକିରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି। ଗ୍ରୁପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଲା ଭାରତ। ଅନ୍ତିମ ସମୟରେ ହରମନପ୍ରୀତଙ୍କ ଗୋଲ ବଳରେ ଭାରତ ବିଜୟୀ ହୋଇଛି।ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ଆଜି ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି। ଖେଳ ଶେଷ ହେବାକୁ କିଛି ସମୟ ଥିଲାବେଳେ ଅନ୍ତିମ ସମୟ ତଥା ୫୯ତମ ମିନିଟରେ ହରମନପ୍ରୀତ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ।