ଅଭିନେତ୍ରୀ କଙ୍ଗନାରଣାୱତ ଗୋଟିଏ ଭିଡିଓରେ କହିଛନ୍ତି ଯେ ଜବାହରଲାଲ ନେହେରୁ ନୁହନ୍ତି ବରଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦେଶର ପ୍ରଥମ ପ୍ରଧ଼ାନମନ୍ତ୍ରୀ ହୋଇଥିଲେ । କଙ୍ଗନାଙ୍କ ଏହି ଭିଡିଓ ଦେଖିବା ପରେ ଓ ଶୁଣିବା ପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କଙ୍ଗନାଙ୍କ ଏହି କଥା ସତ ନା ମିଛ ? ଆସନ୍ତୁ ଜାଣିବା । ଇତିହାସର ପୃଷ୍ଠା ଓଲଟାଇଲେ ୧୯୪୩ ମସିହାର ପୃଷ୍ଠାକୁ ଓଲଟାଇବାକୁ ହେବ । ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲୁଥିଲା ସେହି ସମୟରେ ସୁବାଷ ଚନ୍ଦ୍ର ବୋଷ ଦେଶକୁ ସ୍ୱାଧୀୀନ କରିବା ପାଇଁ ସୁଯୋଗ ପାଇଥିଲେ । ସେ ସିଙ୍ଗାପୁରରେ ‘ଆଜାଦ ହିନ୍ଦ’ ନାମରେ ଏକ ଅସ୍ଥାୟୀ ସରକାର ଗଠନ କରିଥିଲେ । ଏହି ସରକାର ପାଖରେ ନିଜର ବ୍ୟାଙ୍କ, ଡାକ ଟିକେଟ, ଗୁପ୍ତଚର ବିଭାଗ, ଏବଂ ରେଡିଓ ଷ୍ଟେସନ ଥିଲା । ଏହି ସରକାରକୁ ଜାପାନ ବ୍ୟତୀତ ଜର୍ମାନୀ , ଫିଲିଫାଇନ୍ସ, କୋରିଆ, ଚୀନ ଇଟାଲୀ, ଆୟାରଲ୍ୟାଣ୍ଡ ଭଳି ୯ଟି ଦେଶ ମାନ୍ୟତା ମଧ୍ୟ ଦେଇଥିଲେ । ଆଜାଦ ହିନ୍ଦ ସରକାରର ସୈନ୍ୟ ବାହିନୀ ଏତେ ଶକ୍ତିଶାଳି ଥିଲେ ଯେ ସେମାନେ ଜାପାନ ସହ ମିଶି ଆଣ୍ଡାମାନ ନିକୋବର ଦ୍ୱୀପ ସମୂହକୁ ଇଂରେଜ ଠାରୁ ଛଡାଇ ନେଇଥିଲେ । ଅର୍ଥାତ ଇଂରେଜଙ୍କୁ ପରାସ୍ତ କରି ନିଜର ବିଜୟ ବାନା ଉଡାଇଥିଲେ । ଏହି ଆଜାଦ ହିନ୍ଦ ସରକାରର ସର୍ବୋଚ୍ଚ ଦେନାପତି ଥିଲେ ନେତାଜି ସବୁାଷ ଚନ୍ଦ୍ର ବୋଷ । ତାଙ୍କ ନେତୃତ୍ୱରେ ଗଠନ ହୋଇଥିବା ସରକାରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଦେଶ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ନେତାଜୀଙ୍କ ଦ୍ୱାର।। ଗଠନ ହୋଇଥିବା ଏହି ସରକାରର ପ୍ରଭାବ ଏପରି ହେଲା ଯେ ଭାରତର ଇଂରେଜ ସରକାର ବୁଝି ଯାଇଥିଲେ ଯେ ଆଉ ରାଜନୀତି ଏବଂ କୂଟନୀତି ବଳରେ ଅଧିକ ଦିନ ଭାରତରେ ଶାସନ କରିପାରିବି ନାହିଁ । ୧୯୪୭ରେ ଭାରତକୁ ସ୍ୱାଧୀନ କରିବା ପାଇଁ ଘୋଷଣା କରିବାକୁ ପଡିଲା । ଏବଂ ପୁଣି ଜବାହାରଲାଲ ନେହରୁ ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ହେଲେ । ଏହି ପ୍ରସଙ୍ଗକୁ ନେଇ କୌଣସି ସନ୍ଦେହ ନାଇଁ ଯେ ସିଙ୍ଗାପୁରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଗଠନ କରିଥିବା ସରକାର ଦେଶକୁ ସ୍ୱାଧାନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । କିନ୍ତୁ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇନଥିଲେ । ସେଥିପାଇର୍ କଙ୍ଗନା ରଣାୱତଙ୍କ କଥା ବା ଟିପ୍ପଣୀ ସଂପୂର୍ଣ୍ଣ ଭାବେ ଠିକ ବୋଲି ଗ୍ରହଣ କରାଯାଇନପାରେ ।