ବେଳେବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଦେଖିବାକୁ ମିଳେ ଯାହା ଆମ ମନ କିଣିନିଏ। ସୋସିଆଲ ମିଡ଼ିଆ ପାଇଁ ଦୁନିଆରେ କେଉଁ କୋଣରେ କଣ ହେଉଛି ଖୁବ କମ ସମୟରେ ଆମ ଆଖି ଆଗକୁ ଆସିଯାଏ। ସେମିତି ଏକ ଖାସ ଚିତ୍ର ଏବେ ବେଶ ଭାଇରଲ ହେଉଛି। ହିନ୍ଦୁ ସଂସ୍କୃତିରେ ଆମ ପର୍ବପର୍ବାଣୀ ଖୁବ ମହତ୍ୱପୂର୍ଣ ହୋଇଥାଏ। ଯାହା ଆମକୁ ଖରାପ ଉପରେ ଭଲର ଜୟ ଶିଖାଏ, ଆଜ୍ଞାନ ଅନ୍ଧାରରୁ ଜ୍ଞାନରେ ଆଲୋକ ଦେଇଥାଏ। ଏହି ଭିଡ଼ିଓରେ ଯାହା ଦେଖିବାକୁ ମିଳୁଛି ତାହା ଆମ ଶିକ୍ଷିତ ସମାଜର ମାନବିକତାର ଚିତ୍ରକୁ ବେଶ ପରିଲକ୍ଷିତ କରାଉଛି.ମଧ୍ୟପ୍ରଦେଶ ଇନ୍ଦୋରରେ ରଙ୍ଗପଞ୍ଚମୀ ଅବସରରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ନାଚଗୀତର ମାହୋଲ ମଧ୍ୟରେ ସଭିଏଁ ମଜ୍ଜି ରହିଥିଲେ। ଏହି ସମୟରେ ଜଣେ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ସେହି ରାସ୍ତାରେ ଆସି ପହଞ୍ଚିଲା। ଆମ୍ବୁଲାନ୍ସକୁ ଦେଖି ଭିଡ଼ ଯାହା କଲେ ଏବେ ତାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ଙ୍କ ମାନବିକତାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କଠାରୁ ଆରମ୍ଭ କରି ଅନ୍ୟ ୟୁଜରମାନେ ପ୍ରଶଂସା କରିବାରେ ଲାଗିଛନ୍ତି।ଆମ୍ବୁଲାନ୍ସକୁ ଦେଖି ଭିଡ଼ ରାସ୍ତା ଖାଲି କରି ରାସ୍ତା ଦେଇଥିଲେ। ଆମ୍ବୁଲାନ୍ସ ରୋଗୀଙ୍କ ନେଇ ସହଜରେ ହସ୍ପିଟାଲ ମୁହାଁ ହୋଇଥିଲା। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆ ଏକ୍ସରେ ସେୟାର କରାଯାଇଛି। ଶିବରାଜ ସିଂ କହିଛନ୍ତି ସମ୍ବେଦନଶୀଳତା ହିଁ ଇନ୍ଦୋରବାସୀଙ୍କ ସ୍ବତନ୍ତ୍ର ମାନବିକତାର ପରିଚୟ। ଜଣେ ୟୁଜର ଲେଖିଛନ୍ତି ଏହା ହେଉଛି ସ୍ବଚ୍ଛ ସହର ଇନ୍ଦୋରବାସୀଙ୍କ ମଣିଷ ପଣିଆ। ଏହା ସେମାନଙ୍କର ନିର୍ମଳ ହୃଦୟର ପରିଚୟ ଦେଉଛି।