ଶିକ୍ଷା ଅଜ୍ଞାନ ଅନ୍ଧାରରୁ ଆଲୋକ ଦିଏ । ଶିକ୍ଷା ସମାଜରେ ପ୍ରତିଷ୍ଠିତ କରାଏ । ପ୍ରତିବର୍ଷ ଆଜିର ତାରିଖରେ ବିଶ୍ବବ୍ୟାପୀ ସର୍ବତ୍ର ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଏ । ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ ଓ ସମାଜକୁ ସାକ୍ଷରତାର ଗୁରୁତ୍ବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୧୯୬୭ ମସିହାରୁ ୟୁନେସ୍କୋ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସାକ୍ଷରତା ପ୍ରସଙ୍ଗ ହେଉଛି ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ । ଦେଶର ବିକାଶରେ ପ୍ରତ୍ୟେକଙ୍କୁ ସାକ୍ଷର ହେବା ଦରକାର । ଦେଶର ଉନ୍ନତି ପାଇଁ ସାକ୍ଷରତା ମୂଳ ଉପରଦାନ । ବିଶ୍ବରେ ସାଢେ ୭୭କୋଟି ଜନତାଙ୍କ ପାଖରେ ସାକ୍ଷରତା କୌଶଳର ଅଭାବ ରହିଛି । ଅର୍ଥାତ ସେମାନେ ଆଦୌ ଲେଖା ପଢା ଜାଣି ନାହାନ୍ତି । ପ୍ରତି ପାଞ୍ଚ ଜଣରେ ଜଣେ ନିରକ୍ଷର ।ବିଶେଷ କରି ସାକ୍ଷରତାରେ ମହିଳାମାନେ ପଛରେ ରହିଛନ୍ତି । ଦରିଦ୍ର ରାଷ୍ଟ୍ର ଓ ସମାଜରେ ମହିଳାଙ୍କ ପ୍ରତି ରହିଥିବା ବାଛବିଚାର ନୀତି ମହିଳାମାନଙ୍କ ସାକ୍ଷର କରିବାରେ ରୋକ ଲଗାଉଛି । ସାକ୍ଷରତା ଏକ ଆତ୍ମସମ୍ମାନ ଓ ମାନବିକ ଅଧିକାର ଭାବେ ବିବେଚନା କରିବା ଲାଗି ୟୁନେସ୍କୋ ନିରନ୍ତର ପଦକ୍ଷେପ ଗ୍ରହଣ କରି ଆସୁଛି ।
ଆନ୍ତର୍ଜାତୀୟ ସାକ୍ଷରତା ଦିବସ କ’ଣ?
ବ୍ୟକ୍ତିବିଶେଷ ତଥା ସମାଜ ପାଇଁ ସାକ୍ଷରତାର ଅର୍ଥ ଏବଂ ମହତ୍ତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ (ଆଇଏଲଡ଼ି ) ପ୍ରତିବର୍ଷ ୮ ସେପ୍ଟେମ୍ବରରେ ସମଗ୍ର ବିଶ୍ୱରେ ପାଳନ କରାଯାଏ । ଯଦି ଆମେ ସାକ୍ଷରତାକୁ ବ୍ୟାଖ୍ୟା କରୁ, ତେବେ ଏହା ପଢିବା, ଲେଖିବା, କହିବା ଏବଂ ଶୁଣିବା କ୍ଷମତା ଯାହା ଆମକୁ ପ୍ରଭାବଶାଳୀ ଭାବରେ ଯୋଗାଯୋଗ କରିବାରେ ଏବଂ ବିଶ୍ୱକୁ ଅର୍ଥ ପ୍ରଦାନ କରିବାରେ ସାହାଯ୍ୟ କରେ ।
ଆନ୍ତର୍ଜାତୀୟ ସାକ୍ଷରତା ଦିବସ କାହିଁକି ପାଳନ କରାଯାଏ?
ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ତଥା ମାନବ ବିକାଶ ପାଇଁ ଲୋକଙ୍କୁ ସେମାନଙ୍କର ଅଧିକାର ବିଷୟରେ ଜଣାଇବା ପାଇଁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଏ । ଦାରିଦ୍ର୍ୟ ଦୂର କରିବା, ଶିଶୁ ମୃତ୍ୟୁହାର ହ୍ରାସ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଲିଙ୍ଗଗତ ସମାନତା ହାସଲ କରିବା ପାଇଁ ସାକ୍ଷରତା ଏକ ଅତ୍ୟାବଶ୍ୟକ ଉପକରଣ । ଲୋକଙ୍କୁ ନିରନ୍ତର ଶିକ୍ଷା ପାଇବାକୁ ଉତ୍ସାହିତ କରିବା ପାଇଁ ଏହି ଦିନ ପାଳନ କରାଯାଏ । ସାମଗ୍ରିକ ବିଶ୍ୱ ସାକ୍ଷରତାକୁ ପ୍ରୋତ୍ସାହିତ କରୁଥିବାବେଳେ ୟୁନେସ୍କୋ ତାଲିକାର ଶୀର୍ଷରେ ରହିଛି ଏବଂ ଆନ୍ତର୍ଜାତୀୟ ସାକ୍ଷରତା ଦିବସକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କରିଛି ।