ଶିଶୁରୂପରେ ଜନ୍ମ ହେବା ପରେ ଜଣେ ଜୀବନରେ ଅନେକ ଅବ୍ୟବସ୍ଥା ଦେଇ ଗତି କରେ । ଯୁବାବସ୍ଥା ମଧ୍ୟ ଜୀବନରେ ବେଶ୍ ଗୁରୁତ୍ୱ ବହନ କରେ । ଯୁବକମାନଙ୍କ ଶି୭ା, ଜ୍ଞାନ, କଳା-କୌଶଳ, ଉଚିତ ଆଚରଣ ତଥା ମାର୍ଜିତ ବ୍ୟବହାର ତାଙ୍କ ଜୀବନକୁ ସଫଳ କରେ ଓ ଦେଶର ଭବିଷ୍ୟତକୁ ସୁଦୃଢ କରେ । ମାତ୍ର ଯୁବାବସ୍ଥା ସେହି ସମୟ ଅଟେ ଯେଉଁଥିରେ ଜଣେ ବହୁତ ଭୁଲ ମଧ୍ୟ କରେ । ଏମିତି ଭୁଲରୁ ରକ୍ଷା ପାଇବା ପାଇଁ ଚାଣକ୍ୟ କୁହନ୍ତି..
.ମୁର୍ଖତା ଜୀବନର ସବୁଠୁ ବଡ କଷ୍ଟ ବୋଲି ଚାଣକ୍ୟ କୁହନ୍ତି । ମୁର୍ଖତା କାରଣରୁ ଜଣେ ଜୀବନରେ ସୁଖ ପାଇବାରେ ବିଫଳ ହୁଏ ଓ କଷ୍ଟ ଭୋଗ କରେ । ସେଥିପାଇଁ ମୁର୍ଖଠୁ ଯୁବକମାନେ ଦୂରତା ରଖିବା ଆବଶ୍ୟକ । ନହେଲେ ସେମାନେ ଅନେକ ମୁର୍ଖାମୀର ଶିକାର ହେବା ଥୟ ।
.ଯୁବାବସ୍ଥାରେ ଅନେକ ଇଚ୍ଚା ଥାଏ । ଯାହାକୁ ନେଇ ଧୈର୍ଯ୍ୟର ସହ ଆମକୁ ମୁକାବିଲା କରିବାକୁ ହେବ । କାରଣ ସର୍ବଦା ସବୁ ଇଚ୍ଛା ପୂରଣ ହୋଇ ନ ପାରେ । ନହେଲେ ଜୀବନରେ ଅନେକ ଦୁଃଖ ଆସିବ ଓ ଜଣେ ନିରାଶ ତଥା ହତାଶ ହୋଇଯିବ ।
.କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୁବକଙ୍କୁ ପ୍ରଥମେ ନିଜେ ନିଜକୁ ପଚାରିବା ଦରକାର ଯେ ସେ ଏହି କାର୍ଯ୍ୟ କାହିଁକି କରୁଛନ୍ତି । ଏହାର ପରିଣାମ କ’ଣ ହେବ ଓ ସେ ସଫଳ ହେବେ କି ନାହିଁ ।