ରୋମାଞ୍ଚକର ମୋଡରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୭ତମ ସଂସ୍କରଣ। ପଏଣ୍ଟ ଟେବୁଲର ଟପ୍ରେ ରାଜସ୍ଥାନ ଥିବାବେଳେ ଦ୍ବିତୀୟରେ କୋଲକାତା ନାଇଟ ରାଇଡର୍ସ, ତୃତୀୟରେ ଚେନ୍ନାଇ ସୁପର କିଙ୍ଗସ୍ ଓ ୪ର୍ଥରେ ହାଇଦ୍ରାବାଦ ଟିମ୍ ରହିଚି। ରବିବାର ଖେଳାଯାଇଥିବା ମହାମୁକାବିଲାରେ ଚେନ୍ନାଇ ହାଇଦ୍ରାବାଦକୁ ହରାଇ ପୂର୍ବ ମ୍ୟାଚର ପରାଜୟର ପ୍ରତିଶୋଧ ନେଇଥିଲା। ଏଥିସହିତ ମହେନ୍ଦ୍ର ସିଂ ଧୋନି ନୂଆ କର୍ତ୍ତୀମାନ ସ୍ଥାପନ କରିଛନ୍ତି। ଯାହା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବାଠୁ ଆଜି ପର୍ଯ୍ୟନ୍ତ ହୋଇନଥିଲା। ଆଇପିଏଲ ଇତିହାସରେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହେବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି।
୨୦୦୮ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଏବେ ୧୭ ବର୍ଷରେ ପଦାର୍ପଣ କରିଛି। ଆଇପିଏଲ ଆରମ୍ଭ ହେବା ଦିନଠୁ ଧୋନି ଏପର୍ଯ୍ୟନ୍ତ ୨୫୯ଟି ମ୍ୟାଚ୍ ଖେଳି ସାରିଛନ୍ତି। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଞ୍ଚ ଥର ଟ୍ରଫି ଜିତିଛି। ଆଉ ଧୋନି ପ୍ରଥମ ଖେଳାଳି ଭାବେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହୋଇଛନ୍ତି।