ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣ ଏବଂ ଏହାର ପ୍ରତିଶୋଧ ପାଇଁ ଇରାନ୍ର ଧମକ ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ଅଣ୍ଟା ଭିଡ଼ିଥିବାରୁ ଏହି ଯୁଦ୍ଧ ବିଶ୍ବ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେବେ ଇସ୍ରାଏଲ ଉପରେ ଆକ୍ରମଣ ନକରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇେଡନ୍ ଇରାନ୍କୁ ଚେତାବନୀ ଶୁଣାଇଛନ୍ତି। ମାତ୍ର ଏହାକୁ ଖାତିର ନକରି ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ୍ ଜୋରଦାର ପ୍ରସ୍ତୁତି ଚଳାଇଛି। ଆକ୍ରମଣ ଯେକୌଣସି ମୁହୂର୍ତ୍ତରେ ହୋଇପାରେ ବୋଲି କୁହାଯାଉଛି।ଦୁଇ ସପ୍ତାହ ତଳେ ସିରିଆରେ ଥିବା ଇରାନୀ ଦୂତାବାସ ଉପରେ ହୋଇଥିବା ଇସ୍ରାଏଲ ଆକ୍ରମଣରେ ଇରାନ୍ର ବରିଷ୍ଠ ସେନା ଅଧିକାରୀ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାଲାଗି ଇରାନ୍ ଘୋଷଣା କରିବା ପରେ ଆମେରିକାର ରାଷ୍ଟ୍ରପତି ବାଇଡେନ ଇରାନ୍କୁ ଚେତାବନୀ ଦେବା ସହିତ ଇହୁଦୀ ରାଷ୍ଟ୍ରକୁ ପୁଣି ଥରେ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେରିକା ଇସ୍ରାଏଲର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ଇସ୍ରାଏଲକୁ ସମର୍ଥନ କରିବୁ ଏବଂ ଇରାନ୍କୁ ସଫଳ ହେବାକୁ ଦେବୁନାହିଁ।