ନୂଆଦିଲ୍ଲୀ: ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବ ଏଭଳି ଚର୍ଚ୍ଚା ଏବେଠାରୁ ଜୋର ଧରିଛି। ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ବକପ୍ ଖେଳାଯିବା ସମୟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ଏଭଳି ଘୋଷଣା କରିପାରେ। ଏଥିରେ କିଛି ଆଶ୍ଚର୍ଯ୍ୟ ଚକିତ ହେବାରେ ନାହିଁ। ଦକ୍ଷିଣ ଏସିଆରେ କ୍ରିକେଟ୍ ଢେର ଲୋକପ୍ରିୟ ରହିଛି।ଅକ୍ଟୋବରରେ ଭାରତରେ ବିଶ୍ବକପ୍ ଖେଳାଯିବା ପୂର୍ବରୁ ଜୁନ୍ କିମ୍ବା ଅଗଷ୍ଟ ବେଳକୁ ଏ ସମ୍ପର୍କିତ ଚିତ୍ର ସ୍ପଷ୍ଟ ହୋଇଯାଇଥିବ। ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ଯଦି ବାସ୍ତବରେ ସାମିଲ ହୁଏ ତେବେ ପରବର୍ତୀ ୨ ସଂସ୍କରଣ ପାଇଁ ମଧ୍ୟ ପଥ ପରିସ୍କାର ହୋଇଯିବ। ସେହିଭଳି ଭାରତ ମଧ୍ୟ ୨୦୨୬ ଅଲିମ୍ପିକ୍ସ ନେଇ ଦୃଢ଼ ଦାବିଦାର ରହିଛି। ବର୍ତମାନର ପିଢ଼ିର କ୍ରିକେଟର୍ଙ୍କ ବେକରେ ଅଲିମ୍ପିକ୍ସ ପଦକ ପଡ଼ିଲେ ନିଶ୍ଚିତ ଭାବେ କ୍ରିକେଟ୍କୁ ଫାଇଦା ହେବ। ଏଥି ସହିତ ପାରମ୍ପରିକ କ୍ରିକେଟ୍ ଖେଳୁଥିବା ରାଷ୍ଟ୍ରର ସୀମାରେଖା ଅତିକ୍ରମ କରି କ୍ରିକେଟ୍ ବିଶ୍ବବିଦିତ ହୋଇପାରିବ।