ରସୁଣକୁ ରୋଷେଇରେ ମସଲା ଭାବରେ ବ୍ୟବହାର କରାଯାଏ । ଏହାକୁ ସାଧାରଣତଃ ପିଆଜ ସହିତ ମିଶାଇ ମସଲା ପ୍ରସ୍ତୁତି କରାଯାଏ । ଏହା ରୋଷେଇରେ ମଧ୍ୟ ସ୍ୱାଦ ବଢାଇଥାଏ । ତେଣୁ ଏହାକୁ ସାଧାରଣତଃ ରୋଷେଇ କ୍ଷେତ୍ରରେ ମସଲା ଭାବରେ ବ୍ୟବହାର କରାଯାଏ । ନିକଟରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠ ରସୁଣକୁ ପନିପରିବା ଶ୍ରେଣୀଭୁକ୍ତ କରିବାକୁ ରାୟ ଦେଇଛନ୍ତି । ଏହି ସମସ୍ୟା ୨୦୧୫ରେ ଆରମ୍ଭ ହୋଇଥିଲା । ଯେତେବେଳେ ମଧ୍ୟପ୍ରଦେଶ ମାର୍କେଟ୍ ବୋର୍ଡ ଏକ ସଂକଳ୍ପ ପାରିତ କରିଥିଲା । ଯେଉଁଥିରେ ରସୁଣକୁ ପନିପରିବା ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା । କିନ୍ତୁ କୃଷି ବିଭାଗ ତୁରନ୍ତ ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ୧୯୭୨ ର କୃଷି ଉତ୍ପାଦ ବଜାର ସମିତି ଆଇନ ଅନୁଯାୟୀ ରସୁଣକୁ ମସଲା ବୋଲି ଆଖ୍ୟା ଦେଇଥିଲା ।୨୦୧୭ରେ କୋର୍ଟ ରସୁଣକୁ ପନିପରିବା ଭାବରେ ବର୍ଗୀକରଣ କରିଥିଲେ। ତେବେ ଏହି ନିଷ୍ପତ୍ତି ବିବାଦୀୟ ଥିଲା, କାରଣ କିଛି ବ୍ୟବସାୟୀ ଯୁକ୍ତି ବାଢ଼ିଥିଲେ ଯେ ଏହା କୃଷକଙ୍କ ଅପେକ୍ଷା କମିଶନ ଏଜେଣ୍ଟମାନଙ୍କୁ ଅଧିକ ଫାଇଦା ଦେଇଛି । ତେବେ ଚଳିତବର୍ଷ ଜାନୁଆରୀରେ ଦୁଇ ଜଣିଆ ଖଣ୍ଡପୀଠ ରସୁଣକୁ ମସଲା ଭାବରେ ପୁନଃବର୍ଗୀକୃତ କରି ୨୦୧୭ର ରାୟକୁ ହଟାଇଥିଲେ ।