ଗାଜା ଷ୍ଟ୍ରିପ୍ରୁ ଭୟାବହ ରକେଟ୍ ଆକ୍ରମଣ ହେବାରୁ ଇସ୍ରାଏଲ୍ ‘ଷ୍ଟେଟ୍ ଅଫ୍ ୱାର୍’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହି ଆକ୍ରମଣକୁ ପାଲେଷ୍ଟାଇନ୍ର ‘ହାମାସ୍ ଆତଙ୍କବାଦୀ’ମାନେ ସେମାନଙ୍କର ‘ପ୍ରଥମ ଆକ୍ରମଣ’ ବୋଲି କହିଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ସକାଳେ ସମଗ୍ର ଦେଶରେ ପ୍ରଚଣ୍ଡ ସାଇରନ୍ ବାଜୁଥିବା ବେଳେ ଆକାଶରୁ ଇସ୍ରାଏଲ୍ ଆଡ଼କୁ ୫୦୦୦ରୁ ଅଧିକ ରକେଟ୍ ଆସୁଥିଲା।
30 ମିନିଟରୁ ଅଧିକ ସମୟ ଧରି ଏପରି ରକେଟ୍ ମାଡ ଚାଲିଥିଲା। ଇସ୍ରାଏଲର ଏକ ଉଦ୍ଧାରକାରୀ ସଂସ୍ଥାର ସୂଚନା ଅନୁସାରେ, ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସ୍ଥାନରେ ରକେଟ ମାଡ ହୋଇଛି। ଏଥିରେ ଜଣେ 20 ବର୍ଷର ଯୁବକ ଏବଂ ଜଣେ 70 ବର୍ଷୀୟ ମହିଳା ଗୁରୁତର ଆହତ ହୋଇଛନ୍ତି। ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲରେ ରକେଟ୍ ଆକ୍ରମଣ ଜାରି ରହିଥିବା ବେଳେ ଲକ୍ଷ ଲକ୍ଷ ଇସ୍ରାଏଲବାସୀଙ୍କୁ ସେମାନଙ୍କ ଘର ଏବଂ ଆପାର୍ଟମେଣ୍ଟ ବିଲ୍ଡିଂରେ ଥିବା ବୋମା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେନା କହିଛି ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଜା ଅଞ୍ଚଳବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
ହାମାସ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିବା ଅଭିଯୋଗ ହେବା ପରେ ଦେଶର ପ୍ରତିରକ୍ଷା ବଳକୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ଇସ୍ରାଏଲ୍ରୁ ପ୍ରସାରିତ ଭିଡିଓରେ ଦେଖାଯାଉଛି ଏହି ଆକ୍ରମଣରେ ‘ପାରାଗ୍ଲାଇଡର୍’ମାନଙ୍କୁ ନିୟୋଜିତ କରାଯାଇଛି। ଇସ୍ରାଏଲ୍ ସେନା ମଧ୍ୟ କହିଛି, ଇସ୍ରାଏଲ୍ର ପ୍ରତିରକ୍ଷା ବଳ ଯୁଦ୍ଧ ପାଇଁ ପ୍ରସ୍ତୁତି ପରିସ୍ଥିତି ଜାରି କରିଛି। ଗାଜା ଅଞ୍ଚଳରୁ ଇସ୍ରାଏଲ୍ ଉପରକୁ ବ୍ୟାପକ ରକେଟ୍ ନିକ୍ଷେପ କରାଯାଇଛି ଓ ବିଭିନ୍ନ ପ୍ରବେଶ ପଥ ଦେଇ ଆତଙ୍କବାଦୀମାନେ ଇସ୍ରାଏଲ୍ ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ କରିଛନ୍ତି।
Multi pronged attack on israel happening. First rockets, then actual infiltration with pickup trucks & para gliders. pic.twitter.com/aNTB23qm1Y
— Abhijit Iyer-Mitra (@Iyervval) October 7, 2023