ଭୁବନେଶ୍ବର: ଦିବା ସ୍ୱପ୍ନ ଦେଖୁଥିବା ବିଜେଡି ନେତାଙ୍କୁ ଜବାବ ଦେଲେ ନିଜ ଦଳର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି, ସଂଖ୍ୟାଗରିଷ୍ଠତା ପାଇ ବିଜେପି ସରକାର ଗଢ଼ିଛି। ଏଭଳି ସ୍ଥିତିରେ ବିଜେଡି ପୁଣି ସରକାର କରିବ, କଂଗ୍ରେସ ସହିତ ମିଶି ସରକାର କରିବ – ଆଦି କହିବା ଅବାସ୍ତବ କଥା ବୋଲି ଶ୍ରୀ ପାତ୍ର କହିଛନ୍ତି।
ବିଜେଡି ସରକାରକୁ ଫେରିବା ବୟାନବାଜିକୁ ନେଇ ବଦ୍ରି ପାତ୍ର କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତାମାନେ ଏପରି କଥା କହୁଛନ୍ତି ତା’ର ଯଥାର୍ଥତା ନାହିଁ। ବିଜେଡି, କଂଗ୍ରେସ ସହ ମିଶି ସରକାର କରିବା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ଜାଣିନି। ବିଜେପି ସାଙ୍ଗରେ ସମଦୂରତାରେ ଆମେ କଂଗ୍ରେସ ସହ କେବେ ନଥିଲୁ। ଯେଉଁମାନେ କହୁଛନ୍ତି ମତି ବିଭ୍ରାଟ ହୋଇଛି, ଅଧିକ ନିନ୍ଦିତ ହେଉଛନ୍ତି ବୋଲି ବଦ୍ରିପାତ୍ର କହିଛନ୍ତି।