ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ୍ ଜଗନ୍ ମୋହନ ରେଡ୍ଡୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଶାସକ ଦଳର ଟିଡିପି ବିଧାୟକ କେ ରଘୁରାମ କୃଷ୍ଣ ରାଜୁଙ୍କ ଅଭିଯୋଗ ଆଧାରରେ ପୋଲିସ ପୂର୍ବତନ ସିଏମ, ଦୁଇ ବରିଷ୍ଠ ଆଇପିଏସ ଏବଂ ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।ଗୁଣ୍ଟୁରର ନାଗାରାମପାଲମ ପୁଲିସ୍ ଷ୍ଟେସନରେ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦ ବି, ୧୬୬, ୧୬୭, ୧୯୭ ୩୦୭, ୩୨, ୪୬୫, ୫୦୬ ପଞ୍ଜିକୃତ ହୋଇଛି। ଏସବୁ ଧାରା ଆଧାରରେ ଅଭିଯୁକ୍ତକୁ କେତେ ବର୍ଷ ଜେଲଦଣ୍ଡ ଦିଆଯାଇପାରିବ ସେ ନେଇ ଚର୍ଚ୍ଚା ହେଉଛି।