ଆଇଆଇଟି ବମ୍ବେ ସହ ମିଶି ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ‘ଭାରତ ଜିପିଟି’ ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି। ଏଥିସହିତ କମ୍ପାନୀ ମଧ୍ୟ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍ ଆରମ୍ଭ କରିବା ନେଇ ପ୍ରଚେଷ୍ଟା ଜାରି ରଖିଥିବା କହିଛନ୍ତି ରିଲାଏନ୍ସ ଜିଓ ଇନ୍ଫୋକମ୍ର ଅଧ୍ୟକ୍ଷ ଆକାଶ ଅମ୍ବାନୀ ।
ଭାରତକୁ ଆଗାମୀ ଦଶନ୍ଧି ପାଇଁ ସବୁଠାରୁ ବଡ଼ ନବନ୍ବେଷ କେନ୍ଦ୍ର ବୋଲି ଅଭିହିତ କରିବା ସହ ଦଶନ୍ଧୀ ଶେଷ ସୁଦ୍ଧା ଦେଶ ୫ ରୁ ୬ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି। କମ୍ପାନୀ ପାଇଁ ବିକାଶର ପରିବ୍ୟବସ୍ଥା ନିର୍ମାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିଓ ୨.୦’ର ଭିଜନ୍ ଉପରେ କାମ ଚଳାଇଛି। ଜିଓ ପକ୍ଷରୁ ଆଇଆଇଟି ବମ୍ବେ ସହଯୋଗରେ ଏକ ଭାରତ ଜିପିଟି ପ୍ରକଳ୍ପ ଉପରେ କାମ କରାଯାଉଥିବା ସେ ସୂଚନା ଦେଇଛନ୍ତି।