ଆଜି ବିଜେପି ରାଷ୍ଟ୍ରିୟ ଅଧକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗ୍ରହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ ରେ ଆସୁଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଆଜି ମଧ୍ୟାହ୍ନ ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧସଳଖ ଆସିକା ସଂସଦୀୟ କ୍ଷେତ୍ର ସୋର’ରେ ବିଜୟ ସଂକଳ୍ପ ରେ ଯୋଗ ଦେବେ । ଏହା ପରେ କଟକ ରେ ସଂନ୍ଧ୍ୟା ୫ ରେ ରୋଡ଼ ଶୋ ରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି । ଏହାପରେ ଭୁବନେଶ୍ୱର ବୁଲି ପ୍ରଚାର କରିବେ ସେହିପରି ବିଜେପି ରାଷ୍ଟ୍ରିୟ ଅଧକ୍ଷ ଜେପି ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ଦଳୀୟ କର୍ମଶାଳା ରେ ଯୋଗ ଦେବେ । ଶ୍ରୀ ନଡ୍ଡା ୧୬ ତାରିଖ ଦିନ ବରଗଡ଼ ଓ ସୁନ୍ଦରଗଡ଼ ରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶ ରେ ଆନୁଷ୍ଠିତ ସଭା ରେ ଯୋଗ ଦେବା ର ସମାବେଶ ଅଛି ।