ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ର ଖଣିଜ ପାଣ୍ଠି ରୁ କୋଟି କୋଟି ଟଙ୍କା ଜିଲ୍ଲା ର ବିଭନ୍ନ ସ୍ଥାନ ରେ ଆମୋଦ ପ୍ରମୋଦ ନାମ ରେ ପ୍ରକଳପଗୁଡ଼ିକରୁ ଆଖ୍ୟା ଦିଆ ଯାଇ କୋଟି କୋଟି ଟଙ୍କା ବ୍ୟୟ କାରାଯାଇଚି ଠିକା ଦlର ରାଜ ନେତା ଓ ପ୍ରସାନିକ ଅଧିକାର ଯନ୍ତ୍ରୀ ପ୍ରଭୁତି ଧଳା ହାତୀ ମାନେ
ମାଧୁ ଚନ୍ଦ୍ରିକା ର କୋଟି କୋଟି ଟଙ୍କା ହଡ଼ପ ଯାଇଚି ବିଜେଡ଼ି ସରକାର ସମୟ ରେ ଦେବ ମନ୍ଦିର ଓ ଧର୍ମୟ ସ୍ଥଳୀ ମାନଂକ ବିକାସ କାରା ଯାଇଚି l କିନ୍ତୁ
ଖଣି ଅଚଳ ର ପ୍ୟାଣ୍ଟି କୁ ଖଣି ଅଚଳ ର ଏକ ମାତ୍ର ଶିବ ମନ୍ଦୀର ପ୍ରତୀ ଉପେକ୍ଷା କାରା ଯାଇଚି l ତାହାର ଦୃଷ୍ଟାନ୍ତ ଖଣି ଅଞ୍ଚଳ କଳରିଂ ଶିବ ମନ୍ଦିର ଜରା ଜିନ୍ନ ଅବସ୍ଥା ରେ ପଡ଼ିରହିଛି l
ଯାଜପୁର-ଢେଙ୍କାନାଳ ସୀମାନ୍ତ ଇଲାକା କ୍ରୋମ୍ ଉପତ୍ୟକାର ପ୍ରଥମ ମନ୍ଦିର ଭାବେ କୀର୍ତ୍ତି ବହନ କରୁଥିବା କଲରଙ୍ଗି ଲଲାଟେନ୍ଦୁଶ୍ବର ଶିବ ମନ୍ଦିର ଏବେ ବିପଦରେ। ଏହାର ମୁଖଶାଳାର କଂକ୍ରିଟ୍ ଛାତ ଓ ବିମ୍(ଭାରତିଆ)ର ୪ଟି ସ୍ଥାନରେ ଫାଟି ସିମେଣ୍ଟ୍ କଂକ୍ରିଟ୍ ଖଣ୍ଡଖଣ୍ଡ ହୋଇ ଗଳିପଡ଼ୁଛି। ଗତ ଜୁଲାଇ ପହିଲାରେ ଛାତରୁ ଏକ ବଡ଼ କଂକ୍ରିଟ୍ ଖଣ୍ଡ ମନ୍ଦିର ପୂଜକ ସାରଙ୍ଗଧର ମିଶ୍ରଙ୍କ ଗୋଡ଼ରେ ଖସି ପଡ଼ିବାରୁ କ୍ଷତାକ୍ତ ହୋଇ ସେ ଗୁରୁତର ଆହତ ହୋଇଥିଲେ। ୧୦ ଦିନ ଧରି ଚିକିତ୍ସା ଓ ବିଶ୍ରାମ ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ ବି ଏଯାବତ୍ ଗୋଡ଼ରେ ଜଖମ ଥିବା କହନ୍ତି। ପାଖାପାଖି ୯ଶହ ବର୍ଗଫୁଟ୍ର ଏହି ମୁଖଶାଳାର ଛାତ, ବିମ୍ ଓ ଖମ୍ବର ବହୁସ୍ଥାନରେ ଫାଟ ଥିବା ନେଇ ପୂଜକ ଶ୍ରୀ ମିଶ୍ର ଅଭିଯୋଗ କରନ୍ତି। ପୂଜା ପାର୍ବଣ, ବିବାହ ବ୍ରତ, ଧାର୍ମିକ କାର୍ଯ୍ୟକ୍ରମ ଓ ସଭା ସମିତି ଆୟୋଜନ ଆଧାରରେ ସୀମାନ୍ତ ଇଲାକାର ଉଭୟ ଜିଲ୍ଲାବାସୀଙ୍କ ପ୍ରଥମ ପସନ୍ଦ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଶୈବପୀଠର ସ୍ଥାୟିତ୍ବ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୧୯୬୯ ମସିହାରେ ଓଡ଼ିଶା ଖଣି ନିଗମ(ଓଏମ୍ସି) କଲରଙ୍ଗି କଲୋନିର ଦକ୍ଷିଣ-ପଶ୍ଚିମ ଦିଗରେ ତତ୍କାଳୀନ ଖଣି ଠିକାଦାର ବାତ୍ରା କମ୍ପାନି ସହାୟତାରେ ୪୧ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ମନ୍ଦିର ନିର୍ମାଣ ହୋଇଥିଲା। ଟାଣ ମାଙ୍କଡ଼ା ପଥରରେ ମୂଳଦୁଆ ପରେ ପୋଡ଼ାଇଟାରେ ମନ୍ଦିର ତିଆରି ହୋଇଥିବା କହନ୍ତି ପ୍ରତ୍ୟକ୍ଷଦର୍ଶୀ ଓଏମ୍ସିର ଅବସରପ୍ରାପ୍ତ କର୍ମଚାରୀ ଲକ୍ଷ୍ମୀଧର ମେକାପ। ସିମେଣ୍ଟ୍ କଂକ୍ରିଟ୍ରେ ନିର୍ମିତ ଏହାର ମୁଖଶାଳାର ଖମ୍ବ, ଭାରତିଆ ଓ ଛାତର ଅଧିକାଂଶ ସ୍ଥାନରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇ ଏହା ଭାଙ୍ଗି ଗଳି ପଡ଼ୁଛି। ଛାତର ୪ଟି ସ୍ଥାନରେ କଳଙ୍କିଲଗା ଲୁହାରଡ଼୍ ବିପଜ୍ଜନକ ଭାବେ ଆଁକରି ରହିଛି। ୧୦ ବର୍ଷ ମଧ୍ୟରେ ଓଏମ୍ସି ପକ୍ଷରୁ ଏହାର ମେଜିଆ ଓ ପାହାଚ ୨ଥର ମରାମତି ହୋଇ ଟାଇଲ୍ ବିଛା ଯାଇଥିଲେ ହେଁ ଅଧିକାଂଶ ସ୍ଥାନରେ ଫାଟି ଭାଙ୍ଗିଯିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଟାଇଲ୍ ଉଠିଯିବା ଅବସ୍ଥାରେ ରହିଛି। ଏବେ ଶ୍ରାବଣ ସୋମବାରରେ ଏଠାରେ ସହସ୍ରାଧିକ ସଂଖ୍ୟରେ କାଉଡ଼ିଆ ଓ ଶ୍ରଦ୍ଧାଳୁ ଭିଡ଼ ଲଗାଉଥିବା କାରଣରୁ ମନ୍ଦିର ଓ ସାଧାରଣ ଧନଜୀବନ ସୁରକ୍ଷାକୁ ସାଧାରଣରେ ନେଇ ଚିନ୍ତା ପ୍ରକଟ କରାଯାଇଛି।
୧୯୭୯ ମସିହାରୁ ମାସିକ ମାତ୍ର ଦେଢ଼ଶହ ଟଙ୍କା ପାରିଶ୍ରମିକରେ ମନ୍ଦିର ପୂଜାନୀତି କାର୍ଯ୍ୟ କରିଆସୁଥିବା ପୂଜକ ଶ୍ରୀ ମିଶ୍ରଙ୍କୁ ଏବେ ସ୍ଥାନୀୟ ମନ୍ଦିର କମିଟି ପକ୍ଷରୁ ଏବେ ମାସିକ ମାତ୍ର ୬ଶହ ଟଙ୍କା ମିଳୁଥିବା ସେ କହନ୍ତି। ସେହିପରି ଦୈନିକ ନୀତିଭୋଗ, ଘିଅ, ଧୂପ ଓ ଅନ୍ୟାନ୍ୟ ସାମଗ୍ରୀ ବାବଦକୁ ଅତିରିକ୍ତ ୯ ଶହ ଟଙ୍କା ଦିଆଯାଉଥିବା ଦର୍ଶାଇ ଆଜିକାଲିର ମହଙ୍ଗା ଯୁଗରେ ସେ କେମିତି ପୂଜାନୀତି କରିଆସୁଛନ୍ତି, ସେସବୁ ଠାକୁରଙ୍କୁ ଜଣା ବୋଲି ପୂଜକ ଶ୍ରୀ ମିଶ୍ର କହନ୍ତି।
ପୁରୀ ଶ୍ରୀମନ୍ଦିର ଓ ବେଳାଭୂମିର ସୌନ୍ଦର୍ଯୀକରଣ କାର୍ଯ୍ୟ ଅତିରିକ୍ତ ଅନେକ ଧାର୍ମିକ ଅନୁଷ୍ଠାନକୁ କୋଟିକୋଟି ଟଙ୍କା ଅନୁଦାନ ଦେଇ ସାଧାରଣରେ ପ୍ରଶଂସା ସାଉଁଟୁଥିବା ଓଏମ୍ସିର ନିଜସ୍ବ ଇଲାକାରେ ଥିବା ଶିବାଳୟର ଏତାଦୃଶ ଦୁରାବସ୍ଥା ନେଇ ବୁଦ୍ଧିଜୀବୀ ମହଲରେ ବିସ୍ମୟର କାରଣ ହୋଇଛି। ଏ ସଂପର୍କରେ ଦାୟିତ୍ବରେ ଥିବା ଓଏମ୍ସି ବରିଷ୍ଠ ଖଣି ପ୍ରବନ୍ଧକ ଇଂ ନିଗମାନନ୍ଦ ସେଠୀଙ୍କୁ ପଚାରିବାରେ ଯଥାଶୀଘ୍ର ସେ ମନ୍ଦିର ଯାଇ ଯଥାସମ୍ଭବ ପଦକ୍ଷେପ ନେବେ ବୋଲି କହନ୍ତି।
ବିପଦରେ କଲରଙ୍ଗି ଶିବ ମନ୍ଦିର
Leave a comment