କାମାକ୍ଷାନଗର: ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।
ନାରାୟଣ ନାୟକଙ୍କର ଭୁନେଶ୍ବରରେ ୩ ମହଲା ଘର ସହିତ ତିନୋଟି ମଲ୍ଟି ଷ୍ଟୋରେଡ ବିଲ୍ଡିଂ ରହିଛି। ଭୁବନେଶ୍ବରରେ ୧୪ଟି ମୂଲ୍ୟବାନ ପ୍ଲଟ ରହିଛି । ସେହିପରି ଭଦ୍ରକରେ ୩ ମହଲା ଓ ୨ ମହଲା ବିଶିଷ୍ଟ ୩ଟି ନିର୍ମାଣାଧୀନ କୋଠା ଥିବା ରହିଛି । ୩୪ ଲକ୍ଷ ୫୭ ହଜାର ଟଙ୍କାର ଜମା ଠାବ ହୋଇଛି । ନଗଦ ୧ଲକ୍ଷ ୪୮ ହଜାର ଟଙ୍କା ୩୬୬ ଗ୍ରାମ ସୁନା ଠାବ କରିଛି ଭିଜିଲାନ୍ସ।