ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ଟିକେଟ୍ ନ ପାଇ ‘ବିଜେପି’ ଛାଡ଼ିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଆଜି କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି।କଂଗ୍ରେସରେ ଯୋଗ ଦେବା ପରେ ଶେଟ୍ଟାର୍ କହିଛନ୍ତି, ମୁଁ କର୍ଣ୍ଣାଟକ ‘ବିଜେପି’ ତିଆରି କଲି କିନ୍ତୁ ଦୁର୍ବ୍ୟବହାର ପାଇଲି। ମୋ ଭଳି ବରିଷ୍ଠ ନେତାଙ୍କ ପ୍ରତି କର୍ଣ୍ଣାଟକ ‘ବିଜେପି’ ଉତ୍ତମ ଆଚରଣ ପ୍ରଦର୍ଶନ କଲାନାହିଁ। ସଦାସର୍ବଦା ମୁଁ ରେକର୍ଡ ସଂଖ୍ୟକ ଭୋଟ୍ରେ ବିଜୟୀ ହୋଇ ‘ବିଜେପି’କୁ ଗୌରବାନ୍ବିତ କରିଛି ଏବଂ ରହିଥିବା ପ୍ରତ୍ୟେକ ପଦବୀରେ ଭଲ କାର୍ଯ୍ୟ ମଧ୍ୟ କରିଛି। ବରିଷ୍ଠ ନେତାମାନେ ମୋ ସହିତ ଦୁର୍ବ୍ୟବହାର କଲେ। ଟିକେଟ ନ ଦେଇ ଅପମାନ ଦେଲେ। କିନ୍ତୁ, ଆଉ ମୋର ଆତ୍ମସମ୍ମାନକୁ ଆଘାତ ଦେଇ ପାରିବି ନାହିଁ।୭ମ ଥର ବି ମୁଁ ହୁବ୍ବାଲି-ଧର୍ୱାଡ୍ ଆସନରେ ବିଜୟୀ ହେବି।