ବିଜ୍ଞାନର ଉନ୍ନତି ରେ ମଣିଷ ସମାଜର ଉନ୍ନତି ହୁଏ.. ସେଇଥିପାଇଁ ଆମ ବିଶ୍ୱରେ ବୈଜ୍ଞାନିକ ଏବଂ ଡାକ୍ତରଙ୍କ ପଦବୀକୁ ବହୁତ ଉଚ୍ଚସ୍ତରରେ ରଖାଯାଇଛି.. ଆପଣମାନଙ୍କୁ ତ କୋଭିଡ ସମୟରେ ଘଟିଯାଇଥିବା କରାଳ ଦୃଶ୍ୟ ସବୁ ମନେଥିବ.. କେମିତି ଏଇ ଅଜଣା ମହାମାରୀ ଆମ ଜୀବନକୁ କିଲବିଲ କରି ଚାଲିଗଲା… କିନ୍ତୁ ସେହି ଭଳି ଅସମୟରେ ଯଦି କେହି ଦୃଢ ହୋଇ ଆଗରେ ଛିଡାହେଇଥିଲେ ସେମାନେ ହେଲେ ଆମ ଡାକ୍ତର ଓ ବୈଜ୍ଞାନିକ ମାନେ.. ଯାହାଙ୍କ ପାଇଁ ଆମେ ଭ୍ୟାକ୍ସିନ ପାଇପାରିଲୁ …ଆଉ ସେହି କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ବର୍ତମାନ ସଫଳତା ପାଇଛନ୍ତି ୨ ବୈଜ୍ଞାନିକ। ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର ମିଳିବ। କାଟାଲିନ କାରାକୋ ଓ ଡ୍ରିଉ ୱିଜ୍ମ୍ୟାନ୍ ନୋବେଲ ପାଇବେ ବୋଲି ଘୋଷଣା ହୋଇଛି। କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ନୋବେଲ ପୁରସ୍କାର ପାଇବେ ବୋଲି ସୂଚନା ରହିଛି ।