୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଲେ ଳେପ୍ଟନାଣ୍ଟ ଗଭର୍ଣ୍ଣର । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ତିହାରୂ ଜେଲରେ ଅଛନ୍ତି । ଏହା ମଧ୍ୟରେ ଆମ ଆଦମି ପାର୍ଟିର ନେତା ଆତିସି ଅଭିଯୋଗ କରିଛନ୍ତି ଯେ ଅରବିନ୍ଦ କେଜିରୱାଲଙ୍କୁ ଜେଲରେ ଇନସୁଲିନ ଦିଆଯାଉନାହିଁ । ଜେଲରେ ତାଙ୍କ ଜୀବନ ନେବା ପାଇଁ ଉଦ୍ୟମ ହେଉଛି । ଏହି ଅଭିଯୋଗ ଉପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକସେନା ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ବିସ୍ୃତ ରିପୋର୍ଟ ମାଗିଛନ୍ତି । ଏବଂ ଏହି ଅଭିଯୋଗକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।