ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା। ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ ଖଣ୍ଡଗିରି ମେଳାରେ। ଏହି ମେଳା ପାଇଁ ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି। କଟକଣାମୁକ୍ତ ମେଳାର ଆୟୋଜନ ହେଉଥିବାରୁ ପ୍ରବଳ ଭିଡ ଆଶଙ୍କା କରାଯାଇଛି।
ସେହିଭଳି ଆସନ୍ତା ୧୮ରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା। ଖଣ୍ଡଗିରି ମେଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣା ପଡିଛି। ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି। ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି। ଏକ ହଜାରରୁ ଅଧିକ ସାଧୁସନ୍ଥ ଆସିବା ନେଇ ଯୋଜନା ହୋଇଛି। ବାବା ଓ ସାଧୁସନ୍ଥଙ୍କ ସ୍ବତନ୍ତ୍ର ଭାବରେ ଟେଣ୍ଟ ବନ୍ଧା ହୋଇଛି। ପାହାଡ଼ ଉପରେ ଥିବା ଦେବସଭା ଅଞ୍ଚଳ ସାଧୁ ମାନେ ସଫା କରିଛନ୍ତି।