କ୍ରୀଡାବିତଙ୍କ ପାଇଁ ବଡ ଘୋଷଣା । ଏଣିକି ଖେଲୋ ଇଣ୍ଡିଆ ଗେମ୍ସ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି । କ୍ରୀଡାର ଉନ୍ନତି, ପ୍ରସାର ଓ ପ୍ରଚାର ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା କ୍ରୀଡା କ୍ଷେତ୍ରରେ ପ୍ରତିଭା ମାନେ ଏକାଧିକ ପଦକ ହାସଲ କରି ପାରିବେ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଏକ୍ସ ହ୍ୟାଣ୍ଡେଲରେ ଅନୁରାଗ ଠାକୁର କହିଛନ୍ତି, ”କ୍ରୀଡାକୁ କ୍ୟାରିୟର ବିକଳ୍ପ ଭାବେ ଗ୍ରହଣ କରିବାକୁ ଏହି ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା କ୍ରୀଡାର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ଯୋଜନାର ଏହା ଅଂଶ ବିଶେଷ ।”ଖେଲୋ ଇଣ୍ଡିଆରେ ଭାଗ ନେଇ ମେଡାଲ ଜିତିଥିବା କ୍ରୀଡ଼ାବିତଙ୍କୁ ମିଳିବ ସରକାରୀ ନିଯୁକ୍ତି । ଆଜିଠାରୁ ବିଦ୍ଧିବଦ୍ଧ ଭାବେ ଖେଲୋ ଇଣ୍ଡିଆ କ୍ରୀଡ଼ାବିତ୍ ସରକାରୀ ନିଯୁକ୍ତି ଲାଗି ଆଦେବନ କରିପାରିବେ. ପୂର୍ବରୁ କେବଳ ଦେଶ ଲାଗି ପ୍ରତିନିଧିତ୍ବ କରି ମେଡାଲ ଆଣିଥିବା କ୍ରୀଡବିତ୍ ସରକାରୀ ନିଯୁକ୍ତି ପାଉଥିଲେ । ତେବେ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନଦେବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେବା ପରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏହି ଘୋଷଣା କରିଛି । ଖେଲୋ ଇଣ୍ଡିଆ କ୍ରୀଡ଼ାବିତଙ୍କ ସମେତ ବିଶ୍ବବିଦ୍ୟାଳୟ ସ୍ତରରେ ବି କ୍ରୀଡାବିତ୍ ସରକରୀ ଚାକିରି ଲାଗି ଯୋଗ୍ୟ ହେବେ। ସେହପରି ପାରା ଆଥଲେଟ୍ ମାନଙ୍କୁ ବି ସରକାରୀ ନିଯୁକ୍ତି ମିଳିବ। କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ତଥା ଖେଳ ପ୍ରତି କିପରି ଛାତ୍ରଛାତ୍ରୀ ମାନେ ଅଧିକ ଧ୍ୟାନ ଦେବେ ଓ ଖେଳ ବିକାଶ ପାଇଁ 2018 ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରାୟ 4,000 କୋଟି ଟଙ୍କା ବ୍ୟୟରେ ଏହା ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧିନରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ, ୟୁନିଭର୍ସିଟି ଗେମ୍ସ ଓ ଓ୍ବିଣ୍ଟର ଗେମ୍ସର ଆୟୋଜନ କରାଯାଉଛି