ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ(OFDC) ରୁ ବିଦାୟ ନେଇଛନ୍ତି କୁନା ତ୍ରିପାଠୀ । ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା କୁନା ତ୍ରିପାଠୀ OFDCର ଅଧ୍ୟକ୍ଷ ପଦ ଛାଡ଼ିଥିବା ସୂଚନା ମିଳିଛି । ସେପଟେ OPDCର ଅଧ୍ୟକ୍ଷ ପଦରୁ ସୁବାସ ଚନ୍ଦ୍ର ପାତ୍ର ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ ସୁବାସ । ଏହାପୂର୍ବରୁ ଗତକାଲି OSIC ଅଧ୍ୟକ୍ଷ ପଦରୁ ଚିନ୍ମୟ ସାହୁ ଇସ୍ତଫା ପ୍ରଦାନ କରିଥିଲେ ।