କଟକ: କଟକରେ ଡ୍ରେନ ନିର୍ମାଣ ବେଳେ ଅଘଟଣ। ଡ୍ରେନ କାମ ବେଳେ କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକ ମୃତ, ଅନ୍ୟଜଣେ ଗୁରୁତର ଆହତ । ଡ୍ରେନ କାମ ଚାଲିଥିବାବେଳେ ନିକଟରେ ଥିବା ଏକ ପାଚେରୀ କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ହେଉଛନ୍ତି କଟକ ପଟାପୋଲୋ ଅଞ୍ଚଳର ଶଙ୍କରି। କଟକ ବିଡାନାସି ଏକ ନମ୍ବର ୱାର୍ଡ ରେ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଛି ଏ ଅଘଟଣ। ସିଏମସି ପକ୍ଷରୁ କରାଯାଉଥିଲା ଏହି ଡ୍ରେନ କାମ। ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଛି କାରଣ ଅସ୍ପଷ୍ଟ ରହିଛି ।