‘ଗଦର ୨’ର ଅପାର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ VFX ବହୁତ କମ୍ ବ୍ୟବହୃତ ହେବ। ଏଥିରେ ସନ୍ନି ଦେଓଲଙ୍କ ସହ ପ୍ରୀତି ଜିଣ୍ଟାଙ୍କ ଜବରଦସ୍ତ ଯୋଡି ଦେଖିବାକୁ ମିଳିବ। ଦୀର୍ଘ ଦିନ ପରେ ପ୍ରୀତି ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆମୀର ଖାନ ଏବଂ ରାଜକୁମାର ସନ୍ତିଷୀଙ୍କ ଫିଲ୍ମ ‘ଲାହୋର ୧୯୪୭’ ରିଲିଜ୍କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି।୨୦୨୫ ମସିହାରେ ଗଣତନ୍ତ୍ର ଦିବସ ଅବସରରେ ଆମୀର ଖାନ, ରାଜକୁମାର ସନ୍ତୋଷୀ ଏବଂ ସନ୍ନି ଦେଓଲଙ୍କ ଫିଲ୍ମ ‘ଲାହୋର ୧୯୪୭’ ରିଲିଜ୍ ହେବ। ତେବେ ଚଳିତ ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଏବଂ ଆମୀର ଖାନଙ୍କୁ ଏକ କେମିଓ ଭୂମିକାରେ ଦେଖିବାକୁ ମିଳିବ। ବହୁତ ଦିନ ପରେ ପ୍ରୀତି ଜିଣ୍ଟା ଏହି ଚଳଚ୍ଚିତ୍ର ସହିତ ବଡ ପରଦାରେ ନଜର ଆସିବେ। ପ୍ରୀତିଙ୍କ ବ୍ୟତୀତ ଶବାନା ଆଜ୍ମୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଅଭିମନ୍ୟୁ ସିଂହ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଅଲି ଫଜଲଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ରାଜକୁମାର ସନ୍ତୋଷୀ ଏହାପୂର୍ବରୁ ସନ୍ନି ଦେଓଲଙ୍କ ସହ ‘ଘାୟଲ’ ଏବଂ ‘ଘାତକ’ ଭଳି ହିଟ୍ ଫିଲ୍ମ ଦେଇଛନ୍ତି। ଆଶା କରାଯାଏ ଯେ ଏହି ଯୋଡିର ଯାଦୁ ଫିଲ୍ମ ‘ଲାହୋର ୧୯୪୭’ ରେ ମଧ୍ୟ ଦେଖାଯିବ।