ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଲାଲ ସଲାମ’ ମୁକ୍ତିଲାଭ କରିବାକୁ ଆଉ ମାତ୍ର କିଛି ଦିନ ବାକି। ଇତି ମଧ୍ୟରେ ନିର୍ମାତା ଏହା ଟ୍ରେଲର ରିଲିଜ୍ କରିଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଛି। ଫିଲ୍ମରେ ବିକ୍ରାନ୍ତ ଓ ବିଷ୍ଣୁ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ରଜନୀକାନ୍ତ ମଧ୍ୟ ତାଙ୍କ ଝିଅ ଫିଲ୍ମରେ ନଜର ଆସିବେ। ତେବେ ଚଳଚ୍ଚିତ୍ରରେ ତାଙ୍କୁ ସ୍ବଳ୍ପ ସମୟ ପାଇଁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଟ୍ରେଲର ତାମିଲ ଭାଷାରେ ମୁକ୍ତିଲାଭ କରିଛି, ଯାହା କ୍ରିକେଟ୍ ଡ୍ରାମା ସହିତ ଧର୍ମ, ରାଜନୀତି ଏବଂ କ୍ଷମତା ଭଳି ବିଷୟବସ୍ତୁକୁ ଦର୍ଶାଇଛି। ଚଳଚ୍ଚିତ୍ରର ମୁଖ୍ୟ କଳାକାର ବିକ୍ରାନ୍ତ ଓ ବିଷ୍ଣୁ ବିଶାଲଙ୍କୁ କ୍ରିକେଟର ଭୂମିକାରେ ଦେଖିବାକୁ ମିଳିଛି। ଟ୍ରେଲରରେ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି। ଓସ୍କାର ବିଜେତା ସଙ୍ଗୀତକାର ଏଆର ରହମାନ ଏଥିରେ ସଙ୍ଗୀତ ଦେଇଛନ୍ତି।
ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ?
ଫିଲ୍ମ ‘ଲାଲ୍ ସଲାମ୍’ ଗତ ମାସ ୯ ତାରିଖରେ ଘୋଷଣା ହେବାକୁ ଘୋଷଣା ହୋଇଥିଲା । ହେଲେ ବର୍ତ୍ତମାନ ଫିଲ୍ମଟି ଆସନ୍ତା ୯ ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ନୂଆ ପୋଷ୍ଟର ରିଲିଜ ହେବା ସହିତ ତାରିଖ ଘୋଷଣା କରାଯାଇଛି । ଗତ ବର୍ଷ ମେ ୮ ତାରିଖରେ ଫିଲ୍ମ ‘ଲାଲ ସଲାମ୍’ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ସେବେଠାରୁ ରଜନୀକାନ୍ତଙ୍କ ପ୍ରଶଂସକମାନେ ଏହି ଫିଲ୍ମ ରିଲିଜକୁ ଅପେକ୍ଷା କରିରହିଛନ୍ତି ।