ଅନୁଭବଙ୍କ ଜୀବନ ବର୍ତ୍ତମାନ କେଉଁ ସିନେମା ଠୁ କମ୍ ନୁହେଁ । ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କ ପାରିବାରିକ ମାମଲା ଏବେ ସାରା ଦୁନିଆ ସାମ୍ନାରେ । ଅନୁଭବ ଓ ବର୍ଷା ପରଦାରେ ଯେତେ ସୁନ୍ଦର ଯୋଡି ହୋଇଥିଲ ବି ନିଜର ସତ ସତିକା ଜୀବନରେ ଭଲ ସ୍ୱାମୀ ସ୍ତ୍ରୀ ହୋଇପାରିଲେ ନାହିଁ । ତେବେ କୋର୍ଟରେ ଡିର୍ଭସର କେସ୍ ମଧ୍ୟ ଚାଲୁରହିଛି । କିନ୍ତୁ ଆପଣମାନେ ସୋସିଆଲ ମିଡିଆରେ ନିହାତି ଦେଖିଥିବେ ଅନୁଭବ ଓ ବର୍ଷାଙ୍କର ଶୀତଳ ଯୁଦ୍ଧ । ଦୁହେଁ ପରସ୍ପର ଉପରକୁ ଦୋଷ ଲଦାଲଦି ହୋଇ କେଉଁଭଳି ପୋଷ୍ଟ କରନ୍ତି ।
ସେହିଭଳି ପୋଷ୍ଟ ଦେଖି ତାଙ୍କ ଫ୍ୟାନ୍ସ ମାନେ ବି ବୁଝିବା କଷ୍ଟ ହୋଇପଡୁଛି କି ପ୍ରକୃତରେ ଭୁଲ୍ କାହାର ?
ଭଲ ଭାବରେ ଦେଖନ୍ତୁ ଏହି ଭିଡିଓକୁ । ଯାହାକୁ ନିଜେ ଅନୁଭବ ମହାନ୍ତି ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଛନ୍ତି । ଏଥିରେ ଅନୁଭବ ଜଣେ ଥାନାଅଧିକାରୀଙ୍କ ସହ କଥା ହେଉଥିବାର କଲ୍ ରେକଡିଙ୍ଗ୍ ପୋଷ୍ଟ ହୋଇଛି । ଆଉ ଏହି ରେକଡିଙ୍ଗ୍ ରୁ ଜଣାପଡୁଛି ଯେ ଅନୁଭବଙ୍କ ପ୍ରତି ଅନ୍ୟାୟ ହେଉଛି । ଜାଣିଶୁଣି ତାଙ୍କର ଅଧିକାରକୁ ତାଙ୍କ ଠାରୁ ଛଡାଇ ନିଆଯାଉଛି । ତେବେ ଏହିଭଳି ହେବା ପଛରେ ସେ ପ୍ରଶାସନଙ୍କୁ ବି ଦାୟୀ କରିଛନ୍ତି । ତାଙ୍କ ନିଜ ଘରକୁ ଯିବା ପାଇଁ ତାଙ୍କୁ ପତ୍ନୀଙ୍କ ଅନୁମତି ଦରକାର ବୋଲି ପୋଲିସବାବୁ କହିଛନ୍ତି । ଏହିଭଳି ଅନେକ ତର୍କ ବିତର୍କ ରହିଛି ଏହି କଲ୍ ରେଡିଙ୍ଗ୍ ରେ । କିନ୍ତୁ ଅସଲ ଟୁଇଷ୍ଟ ହେଲା, ଏହି ରେକଡିଙ୍ଗ ଆଜି କିମ୍ବା କାଲିର ନୁହେଁ ବରଂ ୨୦୨୦ର । ହେଲେ ୨୦୨୦ରେ ଯେଉଁ ସବୁ ଜିିନିଷ ବିତିଯାଇଛି ତାକୁ ବର୍ତ୍ତମାନ ବା ଆଜିର ତାରିଖରେ ପୋଷ୍ଟ କରି ଅନୁଭବ କଣ ସାବ୍ୟସ୍ତ୍ୟ କରିବାକୁ ଚାହାନ୍ତି । ଯଦି ଏହି ମାମଲାରେ ଏମିତି କିଛି ପ୍ରମାଣ ଥିଲା ତାହାଲେ ସେ ଏସବୁ କୋର୍ଟରେ ନ ଦେଇ ସୋସିଆଲ ମିଡିଆ ଜରିଆରେ କାହିଁକି ପ୍ରଚାର କରୁଛନ୍ତି ?